ପୁରୀ: ଲଗାଣ ବର୍ଷା ଯୋଗୁ ଆସିଥିବା ବନ୍ୟା ପ୍ରଭାବରେ ଏବେ ସାରା ରାଜ୍ୟ ଜଳବନ୍ଦୀ ରହିଛି। ଏଭଳି ସ୍ଥିତିରେ ପୁରୀ ଜିଲ୍ଲାର କିଛି ଅଞ୍ଚଳ ମଧ୍ୟ ପାଣି ଘେରରେ ରହିଛି। ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ ସ୍କୁଲକୁ ୨ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ସ୍କୁଲ ଛୁଟି ନେଇ ଆଜି ଅପରାହ୍ନରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।
#Odisha: School and Mass Education Minister Samir Ranjan Dash announces closure of schools in flood-affected areas in Puri for 2 more days (Monday and Tuesday) pic.twitter.com/PVQAZTyGqO
— Kalinga TV (@Kalingatv) August 21, 2022
ମନ୍ତ୍ରୀ କହିଛନ୍ତି, ପୁରୀ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ୨ ଦିନ ପାଇଁ ସ୍କୁଲଗୁଡ଼ିକୁ ଛୁଟି କରାଯାଇଛି। ଆସନ୍ତାକାଲି ଅର୍ଥାତ୍ ସୋମବାର ଓ ମଙ୍ଗଳବାର ଜିଲ୍ଲାର ସମସ୍ତ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍କୁଲ ବନ୍ଦ ରହିବ। ପରବର୍ତ୍ତୀ ସ୍ଥିତିକୁ ଦେଖି ଆଗାମୀ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଗଣ ଶିକ୍ଷା ମନ୍ତ୍ରୀ।
Also Read: ପୁଣିଥରେ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ମୁଣ୍ଡ କାଟ୍ କଲେ ମିଳିବ ୨ କୋଟି