ପରିତ୍ୟକ୍ତ ଗାଡିଆରୁ ମୃତଦେହ ଉଦ୍ଧାର, ଦୁଇ ଦିନ ଧରି ଥିଲେ ନିଖୋଜ

ଦୁଇ ଦିନ ଧରି ନିଖୋଜ ଥିଲେ, ମିଳିଲା ମୃତଦେହ । ଏକ ପରିତ୍ୟକ୍ତ ଗାଡିଆରୁ ମୃତଦେହ ଉଦ୍ଧାର କଲେ ସ୍ଥାନୀୟ ଲୋକ । ମୃତକ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଚଣ୍ଡିପୁର ଗାଁର ଗୌରାଙ୍ଗ ମୁଖୀ ।

ଦୁଇ ଦିନ ଧରି ନିଖୋଜ ଥିଲେ, ମିଳିଲା ମୃତଦେହ । ଏକ ପରିତ୍ୟକ୍ତ ଗାଡିଆରୁ ମୃତଦେହ ଉଦ୍ଧାର କଲେ ସ୍ଥାନୀୟ ଲୋକ । ମୃତକ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଚଣ୍ଡିପୁର ଗାଁର ଗୌରାଙ୍ଗ ମୁଖୀ । ଗୌରାଙ୍ଗ ଭେଲୋରା ପ୍ରାଥମିକ ସ୍ବାସ୍ଥ୍ଯକେନ୍ଦ୍ରରେ ସୁଇପର ଭାବେ କାମ କରୁଥିଲେ । ଦୁଇଦିନ ପୂର୍ବରୁ ଗୌରାଙ୍ଗ କାମକୁ ଯାଇ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ପାରିନଥିଲା ।

ପରେ ଏନେଇ ପରିବାର ଲୋକେ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ସକାଳେ ବାଇତପଡା ଗାଁରେ ଥିବା ଏକ ପରିତ୍ୟକ୍ତ ଗାଡିଆରେ ଗୌରାଙ୍ଗଙ୍କ ମୃତଦେହ ଭାସୁଥିବା ଦେଖିଥିଲେ ସ୍ଥାନୀୟ ଲୋକ । ଏନେଇ ପରିବାର ଓ ପୋଲିସକୁ ଖବର ଦିଅଯାଇଥିଲା । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବ ସହ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.