ଭାରତ-ପାକ୍‌ ମ୍ୟାଚ୍‌ ପାଇଁ ରିଜର୍ଭ ଡେ ରହିଲା ହେଲେ ଅନ୍ୟ ମ୍ୟାଚ୍‌ ପାଇଁ କାହିଁକି ନାହିଁ ?

ଭାରତ-ପାକିସ୍ତାନ ମ୍ୟାଚ୍‌ ସ୍ଥାନାନ୍ତର ପ୍ରସଙ୍ଗରେ ଟଣାଓଟରା ପରେ ଏବେ ରିଜର୍ଭ ଡେ ବା ଅତିରିକ୍ତ ଦିନକୁ ନେଇ ଉଠିଛି ପ୍ରଶ୍ନ ।

ବର୍ତ୍ତମାନ ପାକିସ୍ତାନ ଓ ଶ୍ରୀଲଙ୍କାରେ ଚାଲିଥିବା ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟକୁ ନେଇ ବିବାଦ ଥମୁ ନାହିଁ । ଭାରତ-ପାକିସ୍ତାନ ମ୍ୟାଚ୍‌ ସ୍ଥାନାନ୍ତର ପ୍ରସଙ୍ଗରେ ଟଣାଓଟରା ପରେ ଏବେ ରିଜର୍ଭ ଡେ ବା ଅତିରିକ୍ତ ଦିନକୁ ନେଇ ଉଠିଛି ପ୍ରଶ୍ନ । ଆସନ୍ତାକାଲି ଶ୍ରୀଲଙ୍କାର ପ୍ରେମଦାସା ଷ୍ଟାଡିୟମ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‌ର ସୁପର ଫୋର ମ୍ୟାଚ୍‌ ଅନୁଷ୍ଠିତ ହେବ । ଏହି ମ୍ୟାଚ୍‌ ଯଦି ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୁଏ ତେବେ ୧୧ ତାରିଖରେ ଅତିରିକ୍ତ ଦିବସରେ ଏହି ମ୍ୟାଚ୍‌ ଖେଳାଯିବ ।

ତେବେ ଏହାକୁ ନେଇ ବିବାଦ ଉଠିଛି । ଏବେ ଶ୍ରୀଲଙ୍କା ଏବଂ ବାଂଲାଦେଶ କ୍ରିକେଟ୍‌ ବୋର୍ଡ଼ ଯଦିଓ ଏହି କଥା ଉପରେ ନିରବ ରହିଥିଲେ । ପରେ ପ୍ରତିକ୍ରିୟା ଦେଇଛନ୍ତି । ଯଦି ଭାରତ-ପାକ୍‌ ମ୍ୟାଚ୍‌ ପାଇଁ ରିଜର୍ଭ ଡେ ରହି ପାରିଲା ତେବେ ଆମ ପାଇଁ କାହିଁକି କରାଗଲା ନାହିଁ । ଆଜି ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ସେହି ପ୍ରେମଦାସା ଷ୍ଟାଡିୟମରେ ଖେଳ ଚାଲିଛି । ପୂର୍ବରୁ ଏଠାରେ ବର୍ଷା ଖେଳରେ ଅନେକ ବାଧା ସୃଷ୍ଟି କରିଛି । ଭାରତ ଓ ପାକିସ୍ତାନ ମ୍ୟାଚ୍‌ ମଧ୍ୟ ବର୍ଷା ଯୋଗୁଁ ଅଧାରୁ ବନ୍ଦ ହେଲା । ଏହାବାଦ୍‌ ଶ୍ରୀଲଙ୍କା ପାଣିପାଗ ବିଭାଗ କଲମ୍ବୋରେ ବର୍ଷା ସମ୍ଭାବନା ଥିବା ପୂର୍ବନୁମାନ କରିଛି ।

ଏସବୁ ଭିତରେ ସୁପରଫୋର ମ୍ୟାଚ୍‌ ସବୁ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ଥିଲା । ହେଲେ ପରେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଥିଲା । ଅବଶ୍ୟ କୁହାଯାଉଛି କି ଏସୀୟ କ୍ରିକେଟ୍‌ କାଉନସିଲର ଚାରି ସଦସ୍ୟଙ୍କ ସହମତିରେ କ୍ରୀଡ଼ା ସର୍ତ୍ତରେ ପରିବର୍ତ୍ତନ କରାଯାଇ ଭାରତ-ପାକ୍‌ ମ୍ୟାଚ୍‌ ନିମନ୍ତେ ରିଜର୍ଭ ଡେ ରଖାଗଲା । ଏମିତିକି ଏହାକୁ ବିରୋଧ ନକରି ନିଷ୍ପତ୍ତି ସମ୍ପର୍କରେ ଶ୍ରୀଲଙ୍କା ଓ ବାଂଲାଦେଶ କ୍ରିକେଟ୍‌ ବୋର୍ଡ଼ କେବଳ ଟ୍ଵିଟ୍‌ କରି ଚୁପ୍‌ ବସି ଯାଇଛନ୍ତି । ଯାହାକୁ ନେଇ ଏବେ ଏସୀୟ କ୍ରିକେଟ୍‌ ମହଲରେ ପ୍ରବଳ ଚର୍ଚ୍ଚା । ସୋସିଆଲ ମିଡିଆରେ ବିଭିନ୍ନ ସମାଲୋଚନା କରାଯାଉଛି ।

SL

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.