ସମୁଦ୍ର ପାଣିରେ ଭାସୁଛି ଆଇଓସିଏଲର ବର୍ଜ୍ୟ ତେଲ, ବିପଦରେ ସାମୁଦ୍ରିକ ଜଳଜୀବ
ସମୁଦ୍ର ପାଣିରେ ଭାସୁଛି ଆଇଓସିଏଲର ବର୍ଜ୍ୟ ତେଲ । ଚିନ୍ତାରେ ସାମୁଦ୍ରିକ ମତ୍ସ୍ୟଜୀବୀ ଓ ବିପଦରେ ସାମୁଦ୍ରିକ ଜଳଜୀବ।
ସମୁଦ୍ର ପାଣିରେ ଭାସୁଛି ଆଇଓସିଏଲର ବର୍ଜ୍ୟ ତେଲ । ଚିନ୍ତାରେ ସାମୁଦ୍ରିକ ମତ୍ସ୍ୟଜୀବୀ ଓ ବିପଦରେ ସାମୁଦ୍ରିକ ଜଳଜୀବ। ପାଣିରେ ଭାସୁଛି ସବୁଜ ରଙ୍ଗର ତୈଳାକ୍ତ ପଦାର୍ଥ। ଆଇଓସିଏଲର ଇଫ୍ଲ୍ୟୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ସମସ୍ୟା ଯୋଗୁଁ ଏପରି ହୋଇଥିବା ସୂଚନା ମିଳିଛି।
ପାରାଦ୍ଵୀପ ଠାରୁ ଗହିରମଥା ପର୍ଯ୍ୟନ୍ତ ତୈଳ ଭାସୁଥିବା ମତ୍ସ୍ଯଜିବୀ ସୂଚନା ଦେଇଛନ୍ତି । ପ୍ଲାଣ୍ଟ ରୁ ସମୁଦ୍ରକୁ ପାଇପ ଯୋଗେ ଆଇଓସିଏଲର ବର୍ଜ୍ୟ ପାଣି ଛଡାଯାଇଥାଏ । ନମୁନା ସଂଗ୍ରହ କଲା ଆଞ୍ଚଳିକ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ।