ତୁରେକେଲା କଲେଜ ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା, ଅଭିଯୁକ୍ତ ଗିରଫ

କଣ୍ଟାବାଞ୍ଜି (କେନ୍ୟୁଜ): ତୁରେକେଲା କଲେଜ ନିକଟରେ ଥିବା ରାଜୁ ଜଙ୍ଗଲରେ ଗତ ୨୪ ତାରିଖ ଦିନ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଥିଲା । ଘଟଣା ପରେ ତୁରେକେଲା ପୁଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା । ସୁଚନା ଅନୁସାରେ ତୁରେକେଲା ପୁଲିସ ଜାଣିବାକୁ ପାଇଥିଲା ଯେ, କଲେଜ ନିକଟରେ ଥିବା ବୁଲାଣିକୁ ଲାଗି ରହିଥିବା ଜଙ୍ଗଳରେ ଜଣଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ରହିଛି ।

ମୃତ ଦେହଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ମହିଳା ନାଁ ପୁରୁଷ ତାହା ଜଣାପଡି ନଥିଲା । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତିକୁ ଦେଖି ଅନୁମାନ କରି ଜାଣିବାକୁ ପାଇଥିଲା ଯେ ଯେ, ମୃତଦେହକୁ ୨୪ ତାରିଖ ହିଁ ଜଙ୍ଗଳ ଭିତରେ ମାରିବା ପରେ ପୋଡି ଦିଆଯାଇଛି । ତେବେ ଏହି ଘଟଣାରେ ତୁରେକେଲା ପୁଲିସ ତଦନ୍ତ କରୁଥିବା ବେଳେ ଛତିଶଗଡର ଶଙ୍କର ନଗର ଥାନାରେ ଏକ ଅଭିଯୋଗ ଅନୁସାରେ ରାୟପୂରରେ ରହୁଥିବା ତନୁ କୁରେ ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ କରିଥିଲେ ।

ସୂଚନା ଯୋଗ୍ୟ , ତନୁ କୁରେ ଛତିଶଗଡ ଆଞ୍ଚଲର ମୋଆ ଜିଲ୍ଲାର ଏକ୍ସିସ ବ୍ୟାଙ୍କରେ କର୍ମଚାରୀ ଥିଲେ । ତେବେ ଗତ ନଭେମ୍ବର ୨୧ ତାରିଖରୁ ନିଖୋଜ ହୋଇଥିବା ତନୁ କୁ ଛାତିଶଗଡ ପୁଲିସ ଖୋଜାଖୋଜି କରୁଥିଲା । ହେଲେ ଛତିଶଗଡ ପୁଲିସ ଜାଣିବାକୁ ପାଇଲା ଯେ, ପୂର୍ବରୁ କଣ୍ଟାବାଞ୍ଜି ରେ ରହୁଥିବା ଶ୍ୟାମ ଲାଲ ଅଗ୍ରୱାଲଙ୍କ ପୁଅ ସଚିନ ଅଗ୍ରୱାଲଙ୍କ ସହିତ ତନୁଙ୍କର ମିଳାମିଶା ରହିଥିଲା । ଏହାକୁ କେନ୍ଦ୍ର କରି ଛତିଶଗଡ ପୁଲିସ ତଦନ୍ତ ଆହୁରି ତୀବ୍ର କରିବା ସହିତ ସଚିନ କୁ ଏହି ହତ୍ୟା କାଣ୍ଡ ରେ ସମ୍ପୃକ୍ତି ନେଇ ଗିରଫ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.