ମିଳିଲା ବୁଲେଟ୍‌ ରଖି ମହାନଦୀକୁ ଡେଇଁଥିବା ଯୁବକଙ୍କ ମୃତଦେହ, ଚିହ୍ନଟ କଲେ ପରିବାର ଲୋକ

ଆଠଗଡ଼ (କେନ୍ୟୁଜ୍‌) : ଧବଳେଶ୍ୱର ବିଦ୍ୟାଧରପୁର ନଦୀ କୂଳରେ ଭାସୁଥିବା ଅଜଣା ବ୍ୟକ୍ତିଙ୍କ ମୃତଦେହ ସମ୍ପର୍କରେ କିଛି ତଥ୍ୟ ମିଳିଛି। ଦୁଇ ଦିନ ତଳେ ମୁଣ୍ଡଳୀ ନିକଟରେ ବୁଲେଟ୍ ରଖି ସେ ମହାନଦୀକୁ ଡେଇଁ ପଡ଼ିଥିଲେ । ସେହି ବ୍ୟକ୍ତିଙ୍କର ଏହି ମୃତଦେହ ବୋଲି ସନ୍ଦେହ କରାଯାଉଥିଲା ।

ଘଟଣା ସ୍ଥଳରେ ଚୌଦ୍ଵାର ପୋଲିସ୍ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ତାଙ୍କ ପରିବାର ଲୋକ ଆସି ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ପ୍ରସନ୍ନଜିତ ମହାନ୍ତି। ତାଙ୍କ ଘର ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ । ସେ ଆଇଡିଏଫ୍‌ସି ବ୍ୟାଙ୍କରେ ଚାକିରି କରିଥିଲେ । ତେବେ ତାଙ୍କ ଆତ୍ମହତ୍ୟା ପଛର କାରଣ ଜଣାପଡ଼ି ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.