ମାଲକାନଗିରି କମ୍ପ୍ୟୁଟର ଲ୍ୟାବରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ମାଲକାନଗିରି : ଆବାସିକ ବିଦ୍ୟାଳୟରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଶିଖପାଲ୍ଲୀ ଆବାସିକ ବିଦ୍ୟାଳୟର କମ୍ପ୍ୟୁଟର ଲ୍ୟାବ ରୁମରେ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ସେ ହାତକାଟି ଆତ୍ମହତ୍ୟା କରିଥିବା ସ୍କୁଲ କର୍ତ୍ତୁପକ୍ଷ କହିଛନ୍ତି। ଛାତ୍ରୀ ଜଣକ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଗତକାଲି ରାତିରେ ଛାତ୍ରୀ ଜଣକ ହଷ୍ଟେଲରେ ନଥିବା ଦେଖି ସହପାଠୀମାନେ ଆଟେଣ୍ଡାଣ୍ଟଙ୍କୁ ଖବର ଦେଇଥିଲେ। ଖୋଜାଖୋଜି କରିବା ପରେ କମ୍ୟୁଟର ଲ୍ୟାବରୁ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ମାଲାକାନଗିରି ପୋଲିସ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.