Below header

ଭୁବନେଶ୍ୱରରେ ପହଞ୍ଚିଛି ଡ. ଅଜୟ ପରିଡ଼ାଙ୍କ ପାର୍ଥିବ ଶରୀର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟିରେ ହେବେ ଅନ୍ତିମ ସଂସ୍କାର

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ ପହଞ୍ଚିଛି ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ପଦ୍ମଶ୍ରୀ ଡ. ଅଜୟ ପରିଡ଼ାଙ୍କ ପାର୍ଥିବ ଶରୀର । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟି ଯାଜପୁର ଭଗବାନପୁର ଗାଁରେ ହେବ ଅନ୍ତିମ ସଂସ୍କାର । ଏହାପୂର୍ବରୁ ଭୁବନେଶ୍ୱର ସ୍ଥିତ ଆଇଏଲ୍‌ଏସ୍‌ କାର୍ଯ୍ୟାଳୟକୁ ନିଆଯାଇଛି ତାଙ୍କ ପାର୍ଥିବ ଶରୀର । ଗତକାଲି ହୃଦଘାତ ଯୋଗୁ ଗୌହାଟୀରେ ପରଲୋକ ହୋଇଥିଲା ।

ଡା. ପରିଡ଼ାଙ୍କ ମୃତଦେହ ଆଜି ସକାଳେ ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିଛି। ଏହି ସମୟରେ ତାଙ୍କ ପରିବାର ଲୋକେ ବିମାନବନ୍ଦରରେ ଉପସ୍ଥିତ ଥିଲେ। ସେଠାରୁ ମୃତଦେହକୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ନିଆଯାଇଛି। ଏହାପରେ ସେଠାରୁ ILS କାର୍ଯ୍ୟାଳୟକୁ ନିଆଯିବ । ସେଠାରେ କର୍ମଚାରୀମାନେ ତାଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଜଣାଇବେ । ଏହାପରେ ଡା. ପରିଡ଼ାଙ୍କ ମୃତଦେହକୁ ତାଙ୍କ ପୈତୃକ ଗାଁ ଭଗବାନପୁରକୁ ନିଆଯିବ ।

ଆସାମ ଗୌହାଟୀକୁ ଏକ କନଫରେନ୍ସରେ ଯୋଗ ଦେବାକୁ ଡା. ପରିଡ଼ା ଯାଇଥିବା ବେଳେ ସେଠାରେ ତାଙ୍କର ହୃଦଘାତ ହୋଇଥିଲା । ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ରେ ଆଡମିଟ୍ କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କରୋନା ବିରୋଧୀ ଲଢ଼େଇ ବେଳେ ଅଜୟ ପରିଡ଼ାଙ୍କ ଦକ୍ଷତା ସମଗ୍ର ଦେଶ ଦେଖିଥିଲା । ଜିନମ୍ ସିକ୍ୟୁଏନ୍ସିଂ ଜରିଆରେ ଭାରିଏଣ୍ଟ ଚିହ୍ନଟ ଓ ଏହାର ମୁକାବିଲା ରଣନୀତି ପ୍ରସ୍ତୁତି କ୍ଷେତ୍ରରେ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ବିଶେଷ ଭାବେ ଡେଲଟା ଏବଂ ଓମିକ୍ରନ୍ ଭାରିଏଣ୍ଟ ଚିହ୍ନଟ ବେଳେ ଡ. ପରିଡ଼ାଙ୍କ ପରୀକ୍ଷଣ ମୁକାବିଲା ଲାଭପ୍ରଦ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.