Below header

ଚିନ୍ତା ବଢାଇଲାଣି କାଶୀପୁରର ହଇଜା ସଂକ୍ରମଣ: ୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ଆକ୍ରାନ୍ତ ହେଲେଣି ୧୦୨ଜଣ

ରାୟଗଡ଼ା (କେନ୍ୟୁଜ): ଚିନ୍ତା ବଢାଇଲାଣି କାଶୀପୁରର ହଇଜା ସଂକ୍ରମଣ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ହଇଜାରେ ୭ ଜଣଙ୍କ ମୃତ୍ୟୁ ପରେ ବର୍ତ୍ତମାନ ସଂକ୍ରମଣଙ୍କ ସଂଖ୍ୟା ୧୦୨ରେ ପହଞ୍ଚିଲାଣି । କାଶୀପୁର ବ୍ଳକର ଟିକିରି, ଦୁଡକାବାହାଲ, ମାଇକଞ୍ଚ , କୁଚେଇପଦର, କୋଡିପାରି, ଡଙ୍ଗାସିଲ ଓ ତଳଝିରି ପଞ୍ଚାୟତରେ ହଇଜା ସଂକ୍ରଣ ବଢିଛି ।

ଏବେ ରାମଗୁଡା, ମୁସୁରୀପଦର, ଝୋଡିଆପଡା, କାଳିଆପଡା, ଡୁମ୍ବାଗୁଡା ଓ ଡେଙ୍ଗାଗୁଡା ଗାଁକୁ ମଧ୍ୟ ବ୍ୟାପିଲାଣି ଝଡାବାନ୍ତି । ଜିଲ୍ଲାପ୍ରଶାସନ ତରଫରୁ ଆରମ୍ଭ କରାଯାଇଛି ବ୍ୟାପକ ସଚେତନ କାର୍ଯ୍ୟକ୍ରମ। ୫ଟି ଡାକ୍ତରୀଦଳ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। ଘରକୁ ଘର ଯାଇ ଅବଶ୍ୟକ ଔଷଧ ଦେଉଛନ୍ତି । ଆରଏମ୍‌ଆରସି ପକ୍ଷରୁ କୁହାଯାଇଛି ଭିବ୍ରିଓ କଲେରା ବ୍ୟାକ୍ଟେରିଆ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.