ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଓ୍ଵେଷ୍ଟଇଣ୍ଡିଜ ପହଞ୍ଚିଲା ଟିମ୍ ଇଣ୍ଡିଆ, ଜୁଲାଇ ୨୨ରେ ପ୍ରଥମ ମ୍ୟାଚ୍

ଓ୍ଵଷ୍ଟଇଣ୍ଡିଜ୍‌ରେ ପହଞ୍ଚିଲା ଭାରତୀୟ ଟିମ୍‌ । କୋଭିଡ଼ ସଂକ୍ରମଣକୁ ରୋକିବା ଲାଗି ଏକ ସ୍ୱତନ୍ତ୍ର ଚାର୍ଟର ଫ୍ଲାଇଟରେ େଓ୍ଵଷ୍ଟଇଣ୍ଡିଜରେ ପହଞ୍ଚିଛନ୍ତି । ଇଂଲଣ୍ଡ ବିପକ୍ଷ ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ୨୨, ୨୪ ଓ ୨୭ ତାରିଖରେ ଖେଳାଯିବ ୩ଟି ଦିନିକିଆ । ଭାରତୀୟ ଟିମର ମଙ୍ଗ ଧରିବେ ଶିଖର ଧାଓ୍ଵନ । ରବୀନ୍ଦ୍ର ଜାଡେଜା ଉପଅଧିନାୟକ । ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଓ ଓ୍ଵିକେଟ କିପର ଋଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଛି । ଟିମରେ ଅଛନ୍ତି ସଞ୍ଜୁ ସାମସନ, ଶୁବମନ ଗିଲ ଓ ଋତୁରାଜ ଗାଏକଓ୍ଵାଡ ଟିମରେ ଯୋଗ ଦେଇଛନ୍ତି । ଏମାନେ ଇଂଲଣ୍ଡ ସିରିଜରେ ଟିମରେ ନଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଇଶାନ କିଷାନ, ଶାର୍ଦ୍ଦୁଲ ଠାକୁର, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଆଭେସ ଖାନ୍‌, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂ । ସେହିଭଳି େଓ୍ଵଷ୍ଟଇଣ୍ଡିଜ ଦଳର ନେତୃତ୍ୱ ନେଉଛନ୍ତି ନିକୋଲସ ପୂରନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.