ମର୍ମନ୍ତୁଦ ସଡକ ଦୁର୍ଘଟଣା: ଅଜଣା ଗାଡି ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ

ସୋନପୁର (କେନ୍ୟୁଜ): ସଡକ ଦୁର୍ଘଟଣାରେ ଜଣେ ମୃତ । ସୋନପୁର-ବଲାଙ୍ଗୀରି ୫୭ ନମ୍ବର ଜାତୀୟ ରାଜପଥ ସିଆଲଜୁରୀ ରାଇସମିଲ ସମ୍ମୁଖରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ସକାଳୁ ସକାଳୁ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଥିବା ଜଣାଯାଇଛି ।

ବ୍ୟକ୍ତି ଜଣକ ସ୍ଥାନୀୟ ରାଇସମିଲର ଜଣେ ଶ୍ରମିକ ଏବଂ ସେ ବୌଦ୍ଧ ଜିଲ୍ଲା ଗୋବଜୋର ଗାଁର ବୋଲି ଜଣାପଡିଛି । ଦୁର୍ଘଟଣା ଘଟାଇ ଅଜଣା ଗାଡିଟି ଫେରାର ମାରିଥିବାବେଳେ ସୋନପୁର ପୋଲିସ ଏବଂ ଆମ୍ବୁଲେନ୍ସ ପହଁଞ୍ଚି ଶବଟିକୁ ଜବତ କରି ସୋନପୁରକୁ ନେଇଯାଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.