କଟକ : ପାଣି ଟାଙ୍କିରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ (କେନ୍ଯୁଜ୍) : କଟକ ନିମସାହିରେ ଏକ ଆପାର୍ଟମେଣ୍ଟର ପାଣି ଟାଙ୍କି ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଦୟାନିଧି ମହାରଣା। ସେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ପୁରୀ ଘାଟ ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେ ପାଣି ଟାଙ୍କିରେ ନିଜେ ପଶି ଥିଲେ ନା ଆଉ କିଛି ଘଟିଛି, ତାହା ଜଣାପଡ଼ିନି। ପୁଲିସ୍ ଘଟଣାର ତଦନ୍ତ କରୁଛି।

panitanki

ଏକ ଗଣ୍ଡଗୋଳ ଘଟଣାରେ ଦୁଇ ଦିନ ପୂର୍ବେ ପୁରୀ ଘାଟ ଥାନାରେ ଦୟାନିଧିଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ସବିଶେଷ ସୂଚନାକୁ ଅପେକ୍ଷା କରାଯାଇଛି।