କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁର ମଜୁରୀ ବା ଖୋଲ ତରଳା ଗାଁ ନିକଟ କାଜୁ ଜଙ୍ଗଲ ଭିତରେ ଜଣେ କଲେଜ ଛାତ୍ରୀଙ୍କ ମୃତ ଦେହ ଠାବ ହୋଇଛି । ମୃତ ଛାତ୍ରୀ ଜଣଙ୍କ +୨ ପ୍ରଥମ ବର୍ଷର ଛାତ୍ରୀ ଜସ୍ମୀନ ସାହୁ । ଜସ୍ମୀନ କୋଚିଙ୍ଗ ସେଣ୍ଟରକୁ ଟିଉସନ ପାଇଁ ଯାଇଥିଲେ ମଧ୍ୟ ଘରକୁ ଆଉ ଫେରିନଥିଲେ ।

ଢେଙ୍କାନାଳ(କେନ୍ୟୁଜ୍‌): କାଜୁ ଜଙ୍ଗଲ ମଝିରୁ ଜଣେ ଛାତ୍ରୀଙ୍କ ମୃତଦେହ ଠାବ ହୋଇଛି । ମୃତ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଜୋରସୋରରେ ଚାଲିଛି ତଦନ୍ତ । କେମିତି ଏଭଳି ଅଘଟଣ ଘଟିଲା ଛାତ୍ରୀଙ୍କ ଜୀବନ କିଏ ନେଲା ଏଭଳି ପ୍ରଶ୍ନ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । କୁହାଯାଉଛି ଝିଅ ଟ୍ୟୁସନ ପାଇଁ ଯାଇଥିଲା କିନ୍ତୁ ଜଙ୍ଗଲ ଭିତରୁ ତାର ମୃତଦେହ ମିଳିଛି ।

ଖବର ଅନୁସାରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁର ମଜୁରୀ ବା ଖୋଲ ତରଳା ଗାଁ ନିକଟ କାଜୁ ଜଙ୍ଗଲ ଭିତରେ ଜଣେ କଲେଜ ଛାତ୍ରୀଙ୍କ ମୃତ ଦେହ ଠାବ ହୋଇଛି । ମୃତ ଛାତ୍ରୀ ଜଣଙ୍କ +୨ ପ୍ରଥମ ବର୍ଷର ଛାତ୍ରୀ ଜସ୍ମୀନ ସାହୁ । ଜସ୍ମୀନ କୋଚିଙ୍ଗ ସେଣ୍ଟରକୁ ଟିଉସନ ପାଇଁ ଯାଇଥିଲେ ମଧ୍ୟ ଘରକୁ ଆଉ ଫେରିନଥିଲେ । ସନ୍ଧ୍ୟା ସମୟରେ ତାଙ୍କ ବାପା ତାଙ୍କୁ ବହୁ ଖୋଜାଖୋଜି କରିଥିଲେ କିନ୍ତୁ ଜସ୍ମିନଙ୍କର କୌଣସି ପତ୍ତା ମିଳି ନଥିଲା । ଶେଷରେ ନିରୁପାୟ ହୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ତାଙ୍କ ବାପା । କିନ୍ତୁ ପର ଦିନ ସକାଳେ କାଜୁ ଜଙ୍ଗଲ ଭିତରୁ ଜସ୍ମୀନଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଛାତ୍ରୀଙ୍କ ମୃତ୍ୟୁ ଘଟଣାର ଗୋଟିଏ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇ ପାରିନାହିଁ ପୋଲିସ । ଗତକାଲି ଛାତ୍ରୀଙ୍କ ମୃତଦେହ ମିଳିଥିବା ସ୍ଥାନରେ ସାଇଣ୍ଟଫିକ୍ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ କରାଯାଇଥିଲା । ପୋଲିସ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସଂଗ୍ରହ କରି ଅଭିଯୁକ୍ତ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା ଚଳାଇଛି । ତେବେ ଛାତ୍ରୀଙ୍କର ହତ୍ୟା କରାଯାଇଥିବା ଅନୁମାନ କରାଯାଇଛି । ଅନ୍ୟପଟେ ଛାତ୍ରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଘଟଣା ସମ୍ପର୍କରେ ଜଣା ପଡିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.