ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ : ସିସିଟିଭିରେ କଏଦ ହେଲା ସନ୍ଦିଗ୍ଧ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ବେଙ୍ଗାଲୁରୁ ରମେଶ୍ୱରମ କ୍ୟାଫେ ବିସ୍ଫୋରଣରେ ସନ୍ଦିଗ୍ଧ ବ୍ୟକ୍ତି ବ୍ୟାଗ ଧରି ରେଷ୍ଟୁରାଣ୍ଟ ଆଡକୁ ଯାଉଛି, ଯେଉଁଥିରେ ବିସ୍ଫୋରକ ଉପକରଣ ସବୁ ରହିଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଖୋଜିବାକୁ ଚେଷ୍ଟା କରୁଛି ।

ବେଙ୍ଗାଲୁରୁ ରାମେଶ୍ୱରମର ଏକ କାଫେରେ ବିସ୍ଫୋରଣ ଘଟାଇଥିବା ସନ୍ଦିିଗ୍ଧ ଏବେ ସିସିଟିଭି ଫୁଟେଜରେ । ବେଙ୍ଗାଲୁରୁ ରମେଶ୍ୱରମ କ୍ୟାଫେ ବିସ୍ଫୋରଣରେ ସନ୍ଦିଗ୍ଧ ବ୍ୟକ୍ତି ବ୍ୟାଗ ଧରି ରେଷ୍ଟୁରାଣ୍ଟ ଆଡକୁ ଯାଉଛି, ଯେଉଁଥିରେ ବିସ୍ଫୋରକ ଉପକରଣ ସବୁ ରହିଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଖୋଜିବାକୁ ଚେଷ୍ଟା କରୁଛି । କର୍ଣ୍ଣାଟକ ପୋଲିସ ମାମଲାରେ ଅନେକ ଲୋକଙ୍କୁ ଗିରଫ କରି ପଚରାଉଚରା କରୁଛି ।

ଖବର ମୁତାବକ, ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବାହାରେ ଶୁକ୍ରବାର ଦିନ ବିସ୍ଫୋରଣ ଘଟି ୧୦ ଜଣ ଆହତ ହୋଇଥିବା ହୋଇଥିଲେ । ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୋଲିସ ୭-୮ଟି ଟିମ ଗଠନ କରିଥିଲା । ସିସିଟିଭି ଯାଞ୍ଚ୍ କରିବାରୁ ଜଣେ ବ୍ୟକ୍ତି ଏକ ଧଳା ସାର୍ଟ ପିନ୍ଧି କାନ୍ଧରେ ବ୍ୟାଗ୍ ପକାଇ ଓ ମୁଣ୍ଡରେ ଟୋପି ଧଳା ପିନ୍ଧି କାଫେ ଆଡକୁ ଯାଉଥିବା ଦେଖିବାକୁ ମିଳିଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଖୋଜିବାକୁ ଚେଷ୍ଟା କରୁଛି ।


ସୂଚନାଯୋଗ୍ୟ, ଶୁକ୍ରବାର ଦିନ ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ ଟାଇମର୍ ବ୍ୟବହାର କରି ଆଇଡି ବୋମା ଖଞ୍ଜା ଯାଇଥିଲା । ସନ୍ଦିଗ୍ଧ ଜଣକ ୧୧.୩୦ରେ କାଫେକୁ ଯାଇଥିଲା । ଏହାପରେ ୧୧.୩୮ ଇଡଲି ଖାଇବାକୁ ଅର୍ଡର ଦେଇଥିଲା । ଏହାପରେ ୧୧.୪୪ରେ ହାତ ଧୋଇବା ବାହାନାରେ ବେସିନ ପାଖକୁ ଯାଇ ଆଇଇଡି ଭର୍ତ୍ତି ବ୍ୟାଗକୁ ରଖିଥିଲା । ୧୨.୫୬ରେ ଏହା ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଘଟିବାରୁ ସେଠାରେ ଥିବା ୧୦ ଜଣ ଆହତ ହୋଇଥିଲେ । ବିସ୍ଫୋରଣ ପରେ ଲୋକମାନେ ଏଣେତେଣ ଦୌଡ଼ୁ ଥିବା ବେଳେ ଜିନିଷପତ୍ର ଭାଙ୍ଗି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.