ରେଳ ଧାରଣାରୁ ମିଳିଲା ଯୁବ ସ୍ୱେଚ୍ଛାସେବୀ ‘ମାନବ ପ୍ରେମୀ ଆଦିତ୍ୟ’ଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱର (କେ ନ୍ୟୁଜ୍‌) : ଯୁବା ବୟସ । ପୁଣି ଗତ ଜୁନ୍ ୯ ତାରିଖରେ ବିବାହ କରିଥିଲେ । ହେଲେ ଆଜି ଟ୍ରେନ୍ ଲାଇନ୍‌ରୁ ତାଙ୍କର ମୃତଦେହ ମିଳିଛି । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସମାଜସେବୀ ଆଦିତ୍ୟ ଦାଶ। । ସୋସିଆଲ ମିଡ଼ିଆରେ ଜଣେ ଚର୍ଚ୍ଚିତ ଚେହେରା ଏବଂ ମାନବ ପ୍ରେମୀ ଆଦିତ୍ୟ ଭାବେ ସେ ଜଣାଶୁଣା । ଆଜି ଭୁବନେଶ୍ୱର ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି।

ଆଉ ଦିନକ ପରେ ତାଙ୍କ ବାହାଘରକୁ ମାସେ ପୂରିଥାନ୍ତା । ହେଲେ କଣ ଏମିତି ହେଲା ଯେ ଆଦିତ୍ୟ ସମସ୍ତଙ୍କୁ ଛାଡ଼ି ଚାଲିଗଲେ । ଏପଟେ ମୃତଦେହ ଉଦ୍ଧାର କରି ଆଦିତ୍ୟଙ୍କ ମୃତ୍ୟୁର କାରଣ ଖୋଜୁଛି ପୋଲିସ । ପ୍ରାଥମିକ ତଦନ୍ତରୁ ପୋଲିସ୍ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ସନ୍ଦେହ କରୁଛି ।

‘ପିପୁଲ ଫର୍ ସେବା’ ନାମରେ ଏକ ସାମାଜିକ ସଂଗଠନ କରି ଆଦିତ୍ୟ ଗରିବ ଗୁରୁବାଙ୍କ ସହାୟତା କରୁଥିଲେ । ଅସହାୟଙ୍କୁ ଖାଦ୍ୟ ବାଣ୍ଟିବା ତାଙ୍କର ନିୟମିତ କାର‌୍ୟ୍ୟ ଥିଲା । ସବୁ ବେଳେ ଯୁବ ପିଢ଼ିଙ୍କୁ ସୋସିଆଲ ମିଡିଆ ଜରିଆରେ ଉତ୍ସାହିତ କରୁଥିଲେ । ତେଣୁ ମଣିଷକୁ ଭଲ ପାଉଥିବା ମଣିଷଟିଏ କାହିଁକି ଏଭଳି ଭାବେ ଚାଲିଗଲା ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଆଦିତ୍ୟଙ୍କ ମୃତ୍ୟୁ ପଛର କାରଣ କଣ ତାକୁ ନେଇ ଚର୍ଚ୍ଚା ଚାଲିଛି । ତାଙ୍କୁ ଜାଣିଥିବା ଲୋକମାନେ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି । ଆଦିତ୍ୟଙ୍କ ଏଭଳି ଅକାଳ ମୃତ୍ୟୁରେ ସମସ୍ତଙ୍କୁ ମର୍ମାହତ କରିଛି ।

ତେବେ ମୃତ୍ୟୁର କିଛି ସମୟ ପୂର୍ବରୁ ସେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରିଥିଲେ । ଥରେ ନଜର ପକାନ୍ତୁ ତାଙ୍କର ଏହି ପୋଷ୍ଟ  ଉପରେ ।

manab

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.