Below header

ପୋଲିସ ନିଯୁକ୍ତିରେ ଅଘଟଣ : ଦୌଡୁଥିବାବେଳେ ପରୀକ୍ଷାର୍ଥୀଙ୍କର ଗଲା ଜୀବନ

କଟକ : ଦୌଡୁଥିବାବେଳେ ଗଲା ଜୀବନ। ମୃତକ ଜଣକ କଟକ ଜିଲ୍ଲା ନରସିଂହପୁରର ସୁରେଶ ପ୍ରଧାନ। ସୁରେଶ ଗତକାଲି କଟକରେ OSAP ନିଯୁକ୍ତି ରାଲିରେ ଯୋଗ ଦେବା ପାଇଁ ଯାଇଥିଲେ। ସେ ପଡିଆରେ ଦୌଡୁଥିବାବେଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କଟକ ବଡମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାର ପ୍ରତିବାଦରେ ପରିବାର ଓ ଗାଁଲୋକେ ନରସିଂହପୁର ବ୍ଲକ ନୂଆପଡ଼ାଠାରେ ମୃତଦେହ ରଖି ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ SDPO ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଓଏସଏପି ଷଷ୍ଠ ବାଟାଲିଅନ ପରିସରରେ ଚାଲିଥିଲା ପରୀକ୍ଷା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.