Below header

ପ୍ରବଳ ବର୍ଷାରେ ବେହାଲ କେରଳ : ୨୬ ମୃତ

କେରଳ : ପ୍ରବଳ ବର୍ଷାରେ ବେହାଲ କେରଳ । ପ୍ରବଳ ବର୍ଷା ସାଙ୍ଗକୁ ମାଟି ଧସିବାରୁ ରାଜ୍ୟରେ ୨୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । କେତେକ ଅଞ୍ଚଳରେ ବର୍ଷା ପାଣି ଭର୍ତ୍ତି ହୋଇ ରହିଛି । ଇଡୁକ୍କି ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ଭୂସ୍ଖଳନ ଯୋଗୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ମାଟି ତଳୁ ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଏସଡିଆରଏଫ୍, ଏନ୍ଡିଆରଏଫ୍, ଆର୍ମି, ନେଭି ଓ କୋଷ୍ଟଗାର୍ଡ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୩୭ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ଯୋଗୁ ରେଳ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ସେହିପରି କୋଚି ଏୟାରପୋର୍ଟରେ ମଧ୍ୟ ପାଣି ଜମି ରହିଥିଲା। ସହରର ପ୍ରସିଦ୍ଧ ଶିବ ମନ୍ଦିରରେ ମଧ୍ୟ ପାଣି ପଶିଯାଇଛି । ପ୍ରବଳ ବର୍ଷା ଯୋଗୁ ଏର୍ଣ୍ଣାକୁଲମର ସହରର ଅବସ୍ଥା ବି ଶୋଚନୀୟ ହୋଇପଡ଼ିଛି । ପାଣି ଘେରରେ ଥିବା ଲୋକଙ୍କୁ ନୌକା ସାହାଯ୍ୟରେ ଉଦ୍ଧାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.