Below header

ଭିନ୍ନକ୍ଷମ ପିଲାଙ୍କୁ ନେଇ ଚଳଚ୍ଚିତ୍ର ‘ସପନ ଟିଏ’

ଭିନ୍ନକ୍ଷମ ପିଲାଙ୍କୁ ନେଇ ତିଆରି ହୋଇଛି ଚଳଚ୍ଚିତ୍ର ‘ସପନ ଟିଏ’। ଏହା ମନୋରଂଜନ ସହ ଶିକ୍ଷଣୀୟ ଚଳଚ୍ଚିତ୍ର । ସପନ ଟିଏର ସ୍କ୍ରିନିଂ ଭୁବନେଶ୍ୱର ସ୍ଥିତ କେଶରୀ ହଲରେ ହୋଇଛି । ଭିନ୍ନକ୍ଷମ ତଥା ପିଲାଙ୍କ ପ୍ରତି ପରିବାର ଏବଂ ସମାଜର କର୍ତ୍ତବ୍ୟ ଉପରେ ଆଧାରିତ ହୋଇଛି ଫିଲ୍ମ । ମାନସିକ ଅନଗ୍ରସର ପିଲା ପାଇଁ ସାମାଜିକ ଚାଲିଚଳଣି ସହ ନିଜକୁ ଖାପ ଖୁଆଇବା କିପରି କଷ୍ଟକର ହୋଇପଡେ ତାକୁ ଚଳଚ୍ଚିତ୍ର ସପନ ଟିଏରେ ଦର୍ଶାଯାଇଛି ।

ଏହି ଚଳଚିତ୍ରର ନିର୍ଦ୍ଦେଶନା, କାହାଣୀ ଓ ଚିତ୍ରନାଟ୍ୟ ଦେଇଛନ୍ତି ମିଲନ ଦାସ । ଗୀତ ଓ ସଂଳାପ ଲେଖିଛନ୍ତି ମଣିମାଳା ଦାସ । ଏହି ଚଳଚ୍ଚିତ୍ରରେ ମାନସିକ ଅନଗ୍ରସର ଜଣେ ପିଲା, ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ପୂର୍ବରୁ ବିଗ୍ ବି ଅମିତାଭ ବଚ୍ଚନ ଏବଂ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଡ. ଏସ୍.ସି. ଜମିର ଏହି ଫିଲ୍ମକୁ ଦେଖିବା ସହ ଏହାର ଭୂୟସୀ ପ୍ରଶଂସା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.