କୋଣାର୍କରେ ରଗବୀ ଓ୍ଵାର୍ଲ୍ଡ କପ ଟ୍ରଫି, ଅପରାହ୍ନରେ କିସ୍‌ରେ ପ୍ରଦର୍ଶନ

କୋଣାର୍କ (କେନ୍ୟୁଜ୍‌) : ବିଶ୍ୱ ପ୍ରସିଦ୍ଧ କୋଣାର୍କ ଠାରେ ପହଞ୍ଚିଛି ରଗବୀ ଓ୍ଵାର୍ଲ୍ଡ କପ ଟ୍ରଫି । ସେଠାରେ ପ୍ରଦର୍ଶନ ପରେ ଏହି ଟ୍ରଫି ପୁଣି ଭୁବନେଶ୍ୱର ଫେରିବ । ଏହି ଟ୍ରଫିକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଉନ୍ମୋଚନ କରିବେ । ପରେ ପରେ ଅପରାହ୍ନରେ ରଗବୀ ଓଡିଶାର ଏନ୍ତୁଡିଶାଳ କୁହାଯାଉଥିବା କିସରେ ପ୍ରଦର୍ଶିତ ହେବ । ୨୦୧୯ରେ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ରଗବୀ ଓ୍ଵାର୍ଲ୍ଡ କପର ଏହି ଟ୍ରଫି ମୋଟ ୧୮ଟି ଦେଶ ବୁଲିବାର କାର୍ୟ୍ୟକ୍ରମ ରହିଛି । ତେବେ ଭାରତର ଦିଲ୍ଲୀ, ମୁମ୍ବାଇ ବୁଲି ସାରିବା ପରେ ଓଡିଶାରେ ପହଞ୍ଚଛି । ଭାରତରେ ରଗବୀର ଅଢ଼େଇ କୋଟି ଫ୍ୟାନ ରହିଥିବା ବେଳେ ଲୋକପ୍ରିୟତାରେ ସାରା ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ଭାରତର ରଗବୀର ହବ୍‌ ଓଡ଼ିଶା ହୋଇଥିବାରୁ ଏଠାକୁ ଟ୍ରଫି ଅଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.