ପ୍ରଳୟଙ୍କରୀ ଫନିରେ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଲା, ପୁରୀରେ ସର୍ବାଧିକ ୩୯ ଜଣଙ୍କ ପ୍ରାଣହାନି

ପ୍ରଳୟଙ୍କରୀ ଫନିରେ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଛି । ପୁରୀରେ ସର୍ବାଧିକ ୩୯ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଖୋର୍ଦ୍ଧାରେ ୯ଜଣ, କଟକରେ ୬ଜଣ, ମୟୂରଭଞ୍ଜରେ ୪ଜଣ, କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲାରେ ୩ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ସେପଟେ ବାତ୍ୟା ପ୍ରଭାବିତ ସହାରାଞ୍ଚଳରେ ଧିରେ ଧିରେ ସ୍ୱାଭାବିକ ହେଉଛି ସ୍ଥିତି । ଯୁଦ୍ଧକାଳୀନ ଭିତରେ ଚାଲିଛି ପୁନରୁଦ୍ଧାର କାମ । ଭୁବନେଶ୍ୱରର ସମସ୍ତ ଅଂଚଳକୁ ୧୦୦% ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି । କଟକରେ ମଧ୍ୟ ସମସ୍ତ ଅଂଚଳକୁ ବିଜୁଳି ସରବରାହ ସ୍ୱାଭାବିକ ହୋଇଛି । ସେପଟେ ପୁରୀ, ନିମାପଡା ଓ କୋଣାର୍କରେ ୧୫ ତାରିଖ ସୁଦ୍ଧା ବିଦ୍ୟୁତ ସେବା ସ୍ୱାଭାବିକ ହେବ ।

ସେହିପରି ଟେଲିଫୋନ ଓ ମୋବାଇଲ ସେବାକୁ ସ୍ୱାଭାବିକ କରିବାକୁ ଯୋରସୋରରେ କାମ ଚାଲିିଛି । ଭୁବନେଶ୍ୱରରେ ୫୬ ପ୍ରତିଶତ, କଟକରେ ୭୦, ପୁରୀରେ ୧୮ ପ୍ରତିଶତ ମୋବାଇଲ ଟାଓ୍ଵାର କାର୍ଯ୍ୟକ୍ଷମ ହୋଇଛି । ୫୦ ପ୍ରତିଶତ ଗ୍ରାହକଙ୍କୁ ଇଣ୍ଟରନେଟ ସେବା ମିଳି ସାରିଛି । ଏପଟେ ରିଲିଫ ବଣ୍ଟନକୁ ବି ଯୋରଦାର କରାଯାଇଛି । କେନ୍ଦ୍ରାପଡାରେ ୮୭ ପ୍ରତିଶତ, ଖୋର୍ଦ୍ଧାରେ ୭୪ ଦଶମିକ ୪ ପ୍ରତିଶତ ଲୋକଙ୍କ ପାଖରେ ରିଲିଫ ପହଞ୍ଚିଛି । ସେହିପରି ଜଗତସିଂହପୁରରେ ୭୫, କଟକରେ ୭୩ ଦଶମିକ ୮୨ ଏବଂ ଭୁବନେଶ୍ୱରରେ ୭୭ ଦଶମିକ ୩୬ ପ୍ରଭାବିତଙ୍କ ପାଖରେ ରିଲିଫ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.