Below header

ପରଲୋକରେ ମହିମା ଧର୍ମାବଲମ୍ବୀ ବାବା କିଶୋର ଦକ୍ଷିଣୀ ରାୟ

ଯାଜପୁର ରୋଡ଼(କେନ୍ୟୁଜ): ବ୍ୟାସଭୂମି ମହିମା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ମହିମା ଧର୍ମାବଲମ୍ବୀ ବାବା କିଶୋର ଦକ୍ଷିଣୀ ରାୟଙ୍କର ଦେହାନ୍ତ । ତାଙ୍କ ଦେହାନ୍ତ ଖବର ପାଇ ବହୁ ରାଜନେତା, ମହିମା ଧର୍ମାବଲମ୍ବୀ ସନ୍ଥ ଓ ଶହ ଶହ ଅନୁଗାମୀ ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କ ମର ଶରୀରକୁ ଭଜନ କୀର୍ତ୍ତନ କରାଯାଇ ସହର ପରିକ୍ରମା କରାଯିବା ସହ ଆଶ୍ରମ ନିକଟରେ ସମାଧି ଦିଆଯାଇଥିଲା । ଅଞ୍ଚଳରେ ମହିମା ଧର୍ମର ପ୍ରଚାର ପ୍ରସାର ପାଇଁ ସେ ଘରଦ୍ୱାର ଛାଡ଼ି ବ୍ୟାସ ସରୋବର ନିକଟରେ ମଠ ନିର୍ମାଣ କରି ରହୁଥିଲେ । ବ୍ୟାସନଗର ପୌରପରିଷଦକୁ ସେ ଦୁଇଥର କାଉନସିଲର ଭାବେ ନିର୍ବାଚିତ ହୋଇ ନିଜ ଓ୍ଵାର୍ଡର ବିକାଶ ସହ ବ୍ୟାସନଗରର ବିକାଶ ପାଇଁ କାର୍ଯ୍ୟ କରିଥିଲେ । ଏକାଧିକ ବାର ରକ୍ତଦାନ କରି ଲୋକଙ୍କ ଜୀବନ ବଞ୍ଚାଇଥିଲେ । ଶେଷରେ ସଂସାରର ମୋହମାୟା ତ୍ୟାଗ କରି ମହିମା ଧର୍ମର ପ୍ରଚାରରେ ନିଜକୁ ସମର୍ପିତ କରିବା ସହ ସେ ରାଜନୀତିରୁ ସନ୍ୟାସ ନେବା ସହ ସଂସାର ତ୍ୟାଗୀ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.