Below header

ହ୍ଵାଟସଆପ୍‌ରେ ଏପରି ଆକ୍ଟିଭେଟ କରନ୍ତୁ ‘ଫିଙ୍ଗରପ୍ରିଣ୍ଟ ଲକ୍‌ ଫିଚର’

ଇନ୍‌ଷ୍ଟାଣ୍ଟ୍‌ ମେସେଜିଙ୍ଗ୍‌ ଆପ୍‌ ‘ହ୍ଵାଟସଆପ୍‌’ରେ ଏବେ ଆଣ୍ଡ୍ରଏଡ୍‌ ଏବଂ ଆଇଫୋନ୍‌ ୟୁଜର୍ସଙ୍କ ପାଇଁ ବାୟୋମେଟ୍ରିକ୍‌ ଅଥେଣ୍ଟିକେଶନ ଫିଚର ଉପଲବ୍ଧ ରହିଛି। ଏହାପୂର୍ବରୁ ଏମିତି ନ ଥିଲା। ଯଦିଓ ଆଇଓଏସ୍‌ ୟୁଜର୍ସଙ୍କ ପାଇଁ ପ୍ରଥମରୁ ଏହି ଫିଚର ଜାରି କରି ଦିଆଯାଇଥିଲା, କିନ୍ତୁ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ବର୍ତ୍ତମାନ ଏହି ଫିଚର ବେଟା ଅପଡେଟ୍‌ ଜରିଆରେ ଦିଆଯାଉଛି।

what2

ଏହାସହ ପଢ଼ନ୍ତୁ: Landline ନମ୍ବରରେ ଆକ୍ଟିଭେଟ କରନ୍ତୁ ହ୍ବାଟସଅପ୍, ଏଇଠି ରହିଛି ଉପାୟ

ଆପଲ୍‌ ପାଇଁ ଫିଙ୍ଗରପ୍ରିଣ୍ଟ୍‌ ସ୍କାନର ବ୍ୟତୀତ ଫେସ୍‌ ଆଇଡିର ମଧ୍ୟ ସପୋର୍ଟ ଦିଆଯାଇଛି। ଆଇଫୋନ୍‌ ଏକ୍ସ ସହିତ ଆପଲ୍‌ ଫେସ୍‌ ଆଇଡି ଆରମ୍ଭ କରିଥିଲା। ଆଉ ଏବେ ନୂଆ ଆପଲ୍‌ ଆଇଫୋନ୍‌ରେ ଫେସ୍‌ ଆଇଡିର ସପୋର୍ଟ ଦିଆଯାଉଛି। ଯଦି ଆପଣ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ଫିଙ୍ଗରପ୍ରିଣ୍ଟ ସ୍କାନର ଆକ୍ଟିଭେଟ କରିବାର ଏହି ଉପାୟ ରହିଛି। ଉକ୍ତ ଫିଚର ହ୍ଵାଟସଆପ୍‌ ବେଟା ଭର୍ସନ ୨.୧୯.୩ରେ ଉପଲବ୍ଧ। ଏଥିପାଇଁ ଆପଣଙ୍କ ଆପ୍‌ ଅପ୍‌ଡେଟେଡ୍‌ ହେବା ଜରୁରୀ।

whta3

-ପ୍ରଥମେ ହ୍ଵାଟସଆପ୍‌ ଓପନ୍‌ କରନ୍ତୁ ଏବଂ ଏଠାରୁ ସେଟିଙ୍ଗକୁ ଯାଆନ୍ତୁ।
-ଆକାଉଣ୍ଟ ଉପରେ ଟ୍ୟାପ୍‌ କରନ୍ତୁ ଏବଂ ପ୍ରାଇଭେସି ସିଲେକ୍ଟ କରନ୍ତୁ।
-ତଳ ପଯ୍ୟର୍ନ୍ତ ସ୍କ୍ରଲ କରନ୍ତୁ। ଏବେ ଆପଣଙ୍କୁ ଫିଙ୍ଗରପ୍ରିଣ୍ଟ ଲକ୍‌ର ଅପଶନ ଦେଖାଯିବ।
-ଫିଙ୍ଗରପ୍ରିଣ୍ଟ ଲକ୍‌ ସିଲେକ୍ଟ କରିବା ପରେ ହ୍ଵାଟସଆପ୍‌ ଆପଣଙ୍କୁ ଫିଙ୍ଗରପ୍ରିଣ୍ଟ ସେନ୍ସର ଟଚ୍‌ କରିବାର ନୋଟିଫିକେଶନ ଦେବ।
-ଏବେ ହ୍ଵାଟସଆପ୍‌ରେ ଅପଶନ ମିଳିବ କି, ଫୋନ୍‌ ଲକର ଡ୍ୟୁରେଶନ ଆପଣ କ’ଣ ରଖିବାକୁ ଚାହୁଁଛନ୍ତି।
-ଏଠାରେ ‘ଇମିଡିଏଟ୍‌ଲି’ଠାରୁ ଆରମ୍ଭ କରି ୧ ମିନିଟ୍‌ ଏବଂ ୩୦ ମିନିଟ୍‌ ପଯ୍ୟର୍ନ୍ତ ଅପଶନ ମିଳିବ।

whtas4

ଆଇଓଏସ୍‌ ୟୁଜର୍ସଙ୍କ ପାଇଁ ହ୍ଵାଟସଆପ୍‌ରେ ଫେସ୍‌ ଆଇଡି ସେଟ୍‌ କରିବାର ଉପାୟ ଜାଣନ୍ତୁ।
-ହ୍ଵାଟସଆପ୍‌ ଓପନ୍‌ କରି ଆକାଉଣ୍ଟ ଉପରେ ଟ୍ୟାପ୍‌ କରନ୍ତୁ।
-ଏହାପରେ ପ୍ରାଇଭେସି ଅପଶନ ସିଲେକ୍ଟ କରନ୍ତୁ।
-ଏବେ ସବୁଠାରୁ ତଳେ ଥିବା ସ୍କ୍ରିନ୍‌ ଲକ୍‌ ସିଲେକ୍ଟ କରନ୍ତୁ।
-ସବୁଠାରୁ ଉପରେ ରିକ୍ୱାର ଫେସ୍‌ ଆଇଡି ଆପଣଙ୍କୁ ମିଳିବ।
-ଏଠାରେ ଲିଷ୍ଟରେ ୪ଟି ଅପଶନ ଆସିବ।
-ଇମିଡିଏଟଲି, ଆଫ୍ଟର ୧ ମିନିଟ୍‌, ଆଫ୍ଟର ୧୫ ମିନିଟ୍ସ ଏବଂ ଆଫ୍ଟର ୧ ଆଓ୍ଵାର୍‌। ଏଥିମଧ୍ୟରୁ ଯାହାକୁ ବି ଆପଣ ସିଲେକ୍ଟ କରିପାରିବେ।
ଯଦି ସ୍ମାର୍ଟଫୋନରେ ଏହି ଫିଚର ନ ମିଳିବ, ତା’ହେଲେ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.