ଜଟଣୀ: ଗଳିତ ମୃତଦେହ ଉଦ୍ଧାର

ଜଟଣୀ( କେ ନ୍ୟୁଜ) : ଜଟଣୀ ଥାନା ଅନ୍ତର୍ଗତ ରେଲେଓ୍ଵ କଲ୍ୟାଣ ମଣ୍ଡପ ପଛପଟ ଜଙ୍ଗଲିଆ ସ୍ଥାନରୁ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛି। ଦୁର୍ଗନ୍ଧ ହେଉଥିବାରୁ ୨ ରୁ ୩ ଦିନ ପୂର୍ବରୁ ମୃତ ହୋଇଥିବା ସନ୍ଦେହ କରାଯାଉଛି। ମୃତଦେହ ମୁହଁ ମାଡି ପଡିଥିବା ବେଳେ ବେକରେ ଗାମୁଛା ବନ୍ଧା ହୋଇଛି। ଗାମୁଛାର ଆରପାର୍ଶ୍ୱ ଏକ ଗଛର ପତଳା ଡାଳରେ ବନ୍ଧା ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶୁକ୍ରବାର ସକାଳେ ଜାଣିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.