ଓଡିଶା ତିଆରି ମୁଢି ବହୁତ ପ୍ରିୟ ଥିଲା ଏହି ବଲିଉଡ ଅଭିନେତାଙ୍କର, ଜାଣନ୍ତୁ କିଏ ସେ

ଆଜି ପ୍ରଖ୍ୟାତ ବର୍ଷିୟାନ ବଲିଉଡ଼ ଅଭିନେତା ଓମ ପୁରୀଙ୍କ ଜନ୍ମ ଦିନ । ୧୯୫୦ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଏହି ମହାନ ଅଭିନେତା । ଓମ ପୁରୀ ଜଣେ ଏମିତି ଅଭିନେତା ଥିଲେ ଯାହାଙ୍କର ଚର୍ଚ୍ଚା ବଲିଉଡ ଠାରୁ ଆରମ୍ଭ କରି ହଲିଉଡ଼ ପର୍ଯ୍ୟନ୍ତ ଥିଲା । ଆକ୍ରୋଶ, ଆରୋହଣ,ତମାସ,ଜାନେ ଭି ଦୋ ୟାରୋନ, ଚାଚି -୪୨୦ ପରି ସିନେମା ଗୁଡିକରେ ତାଙ୍କ ଅଭିନୟ ଥିଲା ଅଦିତ୍ୱୀୟ ଓ ଅନନ୍ୟ । ନିଜ ଅଭିନୟ ଯାଦୁରେ ଦର୍ଶକ ମାନଙ୍କୁ ବାନ୍ଧି ରଖିପାରୁଥିଲେ ଏହା ସହ ଏହି ଅଭିନେତା ଜୀବନ ମଧ୍ୟ ବହୁ ଅସାଧାରଣ ଥିଲା ।

ଏହା ସହ ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ବେଶ ରୋମାଞ୍ଚକାରି ଥିଲା । ଏକ ଢ଼ାବାରେ ବାସନ ମାଜିବା ଠାରୁ ଆରମ୍ଭ କରି ଅଭିନୟ ଜଗତର ଶିଖର ପର୍ଯ୍ୟନ୍ତର କାହାଣୀ କୌଣସି ସିନେମା ଠାରୁ କମ ନଥିଲା । କିନ୍ତୁ ଆପଣ ଜାଣନ୍ତିକି ବଲିଉଡର ଏହି ମହାନ ଅଭିନେତାଙ୍କର ଓଡିଶା ତିଆରି ମୁଢି ବହୁତ ପସନ୍ଦ ଥିଲା । ଏମିତିକି ନିଜର ଏକ ସିନେମା ସୁଟିଂ ପାଇଁ ଓଡିଶା ଆସିଥିବା ବେଳେ ଏକ ବସ୍ତା ମୁଢି ସେ କିଣି ନେଇଥିଲେ ।

om pur

 

ନିଜ ପ୍ରାରମ୍ଭିକ ପଢା ଓମ ପୁରୀ ନୈନିହାଲରେ ହିଁ ପୁରା କରିଥିଲେ । ନିଜ ପଢା ସମୟରୁ ହିଁ ତାଙ୍କର ଅଭିନୟ ପ୍ରତି ବିଶେଷ ଆଗ୍ରହ ଥିଲା । ପଢା ସମୟରେ ବହୁ ନାଟକ ଗୁଡିକରେ ମଧ୍ୟ ସେ ଅଂଶ ଗ୍ରହଣ କରୁଥିଲେ । ନିଜ କଲେଜ ପଢା ସହ ସେ ଏକ ଓକିଲ ପାଖରେ ଏକ ମୁନ୍ସୀର ଚାକିରୀ ମଧ୍ୟ କରୁଥିଲେ । ତାଙ୍କ ପ୍ରଥମ ପତ୍ନୀ ଥିଲେ ସୀମା ପୁରୀ ଓ ୨ୟ ପତ୍ନୀ ଥିଲେ ନନ୍ଦିତା ପୁରୀ । ୧୯୯୦ ମସିହା ଫେବୃଆରୀ ମାସ ୨୮ ତାରିଖରେ ହିଁ ୨ ଜଣ ଙ୍କର ବିବାହ ହୋଇଥିଲା । କିନ୍ତୁ ବିବାହର ମାତ୍ର ୧ ବର୍ଷ ପରେ ହିଁ ଦୁହିଁଙ୍କର ଛାଡପତ୍ର ହୋଇଯାଇଥିଲା ।

ଏହା ସହ ପଢନ୍ତୁ: ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ ବିଗ୍ ବି, ସ୍ପେଶାଲ ରୁମରେ ଚାଲିଛି ଚିକିତ୍ସା

କିନ୍ତୁ ଜୀବନର ଶେଷ ସମୟ ଓମ ପୁରୀ ନିଜ ପ୍ରଥମ ପତ୍ନୀ ସୀମାଙ୍କ ସହ ବିତାଇଥିଲେ । ତାଙ୍କ ପ୍ରେମ ଜୀବନର ଏକ ଛୋଟ କାହାଣୀ ଏଠାରେ ଉଲ୍ଲେଖ କରୁଛୁ । ଓମ ପୁରୀଙ୍କ ୨ୟ ପତ୍ନୀ ନନ୍ଦିତା ପୁରୀ ନିଜ ପତିଙ୍କ ଉପରେ ଏକ ପୁସ୍ତକ ରଚନା କରିଥିଲେ । ସେହି ପୁସ୍ତକ ଟିର ନାଁ ଥିଲା ‘ଅସାଧାରଣ ନାୟକ ଓମପୁରୀ’ । ଏଥିରେ ସେ ନିଜ ପତିଙ୍କ ବ୍ୟକ୍ତିଗତ ଜୀବନର କିଛି ଅଜଣା କଥା ଲେଖିଛନ୍ତି । ଏଥିରେ ସେ ଲେଖିଥିଲେ କି ମାତ୍ର ୧୪ ବର୍ଷ ବୟସରେ ନିଜ ମାମୁଁ ଘରେ ରହୁଥିବା ସମୟରେ ଘରର ଏକ ୫୫ ବର୍ଷୀୟ ଏକ କାମଵାଲୀ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ସେହି ମହିଳା ଜଣକ ମଧ୍ୟ ଓମ ପୁରୀଙ୍କ ବହୁ ଧ୍ୟାନ ରଖୁଥିଲେ । ଦିନେ ଘରେ ଲାଇଟ ଚାଲିଯାଇଥିବା ସମୟରେ ମଉକା ଦେଖି ବଳକା ଓମ ପୁରୀଙ୍କର ସେ କାମଵାଲୀ ସହ ସମ୍ପର୍କ ଗଢି ଉଠିଥିଲା । ଓମ ପୁରୀ ଙ୍କ ପରେ ତାଙ୍କ ସ୍ଥାନ ଯେ ଆଉ କେହି ପୂରଣ କରିପାରିବେ ନାହିଁ ଏହା କହିବା ନିଃସନ୍ଦେହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.