Below header

ଓଟେଷ୍ଟ ପରୀକ୍ଷା ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହାର ହ୍ରାସ କଲା ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ବର(କେନ୍ଯୁଜ୍): ଓଟେଷ୍ଟ ପରୀକ୍ଷା ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହାର ହ୍ରାସ। ଓଡିଶା ସେକେଣ୍ଡାରୀ ସ୍କିଲ ଟିଚର ଇଲିଜିବିଲିଟ ଟେଷ୍ଟ ବା ଓଟେଷ୍ଟ ପରୀକ୍ଷା ପାଇଁ ସର୍ବନିମ୍ନ ଯୋଗ୍ୟତା ହାରକୁ ହ୍ରାସ କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ଯୋଗ୍ୟତା ୬୦ପ୍ରତିଶତରୁ କମାଇ ୪୫ପ୍ରତିଶତ କରାଯାଇଛି।

ସେହିପରି ଅନ୍ୟାନ୍ୟ ବର୍ଗର ପ୍ରାର୍ଥୀଙ୍କ ପାଇଁ ୫୦ ପ୍ରତିଶତରୁ ୩୫ପ୍ରତିଶତକୁ କମାଇ ଦିଆଯାଇଛି। ଓଷ୍ଟେଟ ୨୦୨୧ର ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନ ସମୟକୁ ମଧ୍ୟ ବୃଦ୍ଧି କରିଛି ବୋର୍ଡ। ପୂର୍ବରୁ ଡିସେମ୍ବର ୨୦ସୁଦ୍ଧା ଆବେଦନ କରିବା ପାଇଁ କୁହାଯାଇଥିବା ବେଳେ ଏବେ ଡିସେମ୍ବର ୨୩ରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ରାଜ୍ୟରେ ଶିକ୍ଷକ ନିଯୁକ୍ତି ପାଇଁ ହାଇସ୍କୁଲ ସ୍ତରରେ ଓଷ୍ଟେଟ ଓ ପ୍ରାଥମିକ ବିଦ୍ୟାଳୟ ପାଇଁ ଓଟିଇଟି ପରୀକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.