ନଖ କାମୁଡୁ ଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ ଭୋଗିବାକୁ ପଡିବ ଏହି ସମସ୍ୟା

ନଖ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ। ପିଲା ବେଳୁ ଆପଣ ଶୁଣି ଆସୁଛନ୍ତି ନଖ ଚୋବାଇବା ଗୋଟିଏ ଖରାପ ଅଭ୍ୟାସ ,କିନ୍ତୁ କଣ ଆପଣ ଜାଣିଛନ୍ତି ଏହା ଏଭଳି ଖରାପ ଅଭ୍ୟାସ କଣ ପାଇଁ । ଆମେ ଶୁଣିଛେ ନଖ ଖାଇବା ଦ୍ୱାରା ଅଧିକାଂଶ ରୋଗର ସମସ୍ୟା ହୋଇପାରେ ,କିନ୍ତୁ ହୁଏତ ଆମେ ଜାଣି ନାହୁଁ ଏହାଦ୍ୱାରା କି ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ହୋଇଥାଏ। ଆଜିକାଲି ଏହି ସମସ୍ୟା ଆମ ଦିନଚର୍ଯ୍ୟାରେ ସାମିଲ ହୋଇ ଯାଇଛି। ଗୋଟିଏ ଗବେଷଣା ଅନୁସାରେ ,ବିଶ୍ୱରେ ପ୍ରାୟ ୩୦ ପ୍ରତିଶତ ବ୍ୟକ୍ତି ନଖ ଚୋବାଇବା ଅଭ୍ୟାସ ଦ୍ୱାରା ଆକ୍ରାନ୍ତ ଥାଆନ୍ତି ।

ଆସନ୍ତୁ ଜାଣିବା କଣ ହୋଇଥାଏ ଅସୁବିଧା –

ତ୍ୱଚାର ସଂକ୍ରମଣ -ସ୍ୱାସ୍ଥ୍ୟ ଅନୁସାରେ ନଖ ଚୋବାଇବା ଦ୍ୱାରା ଜୀବାଣୁ ସଂକ୍ରମଣ ହୋଇଥାଏ ଯାହା ଶରୀର ଓ ଚର୍ମ ଉପରେ ପ୍ରଭାବ ପକାଇଥାଏ। ଚର୍ମରେ ବିଭିନ୍ନ ପ୍ରକାରର ଏଲର୍ଜୀ ହେବା ସହିତ ନାଲି ନାଲି ହୋଇ ଫଳି ଯାଇଥାଏ । ବେଳେବେଳେ ନଖ ଚୋବାଇବା ଦ୍ୱାରା ନଖରେ ଅସହନୀୟ ଯନ୍ତ୍ରଣା ହୋଇଥାଏ। ତେଣୁ ଏହିସବୁ ଦୃଷ୍ଟିରୁ ନଖ ଚୋବାଇବା ଉଚିତ ନୁହେଁ।

ସ୍ଥିର ବିକଳାଙ୍ଗ ଅବସ୍ଥା – ପେରୋନେସିଆ ଭଳି ଅଧିକାଂଶ ଜୀବାଣୁ ଶରୀରରେ ନିୟନ୍ତ୍ରଣରୁ ବାହାରକୁ ଚାଲି ଯାଇଥାନ୍ତି ଓ ଯେତେବେଳେ ଆମେ ଲଗାତାର ଭାବରେ ନଖକୁ ପାଟି ଭିତରେ ପୁରାଇଥାଉ ସେଗୁଡିକ ଶରୀରକୁ ପ୍ରଭାବିତ କରିଥାନ୍ତି । ଯେଉଁ କାରଣରୁ ସେପ୍ଟିକ ଅଥରାଇଟିସ ମଧ୍ୟ ହୋଇଥାଏ। ଯାହାରଚିକିତ୍ସା ସହଜ ନୁହେ।

ନଖ ଉପରେ ପ୍ରଭାବ – ଯଦି ଆପଣଙ୍କର ନଖ ଖାଇବାର ପୁରୁଣା ଅଭ୍ୟାସ ରହିଛି ତେବେ ଏହା ଆପଣଙ୍କ ନଖକୁ ଭିତରୁ ମଧ୍ୟ ଖରାପ କରିପାରେ । ତେଣୁ କରି ନଖ ବଢିବା ବନ୍ଦ ହୋଇଯାଇଥାଏ ।

ଦାନ୍ତର କ୍ଷତି ହୁଏ – ଯେଉଁ ଲୋକମାନେ ନଖ ଖାଇଥାନ୍ତି ସେମାନଙ୍କର ଦାନ୍ତରେ ସମସ୍ୟା ଦେଖାଦେଇଥାଏ । ଏହାଦ୍ୱାରା ଦାନ୍ତ ଢିଲା ହେବା ସହିତ ଦାନ୍ତ ଦୁର୍ବଳ ହୋଇ ଖସିପଡିଥାଏ।

ଦାନ୍ତ ତେଢା ହୋଇଯାଏ – ଯଦି ଆପଣଙ୍କର ପିଲାବେଳୁ ନଖ ଚୋବାଇବାର ଅଭ୍ୟାସ ଅଛି ତେବେ ଏହା ଆପଣଙ୍କ ଦାନ୍ତ ଉପରେ ପ୍ରଭାବ ପକାଇବ। କାରଣ ଆମେ ନଖ ଚୋବାଇବା ପାଇଁ ଯେଉଁ ଦାନ୍ତର ଉପଯୋଗ କରିଥାଉ ସେହି ଦାନ୍ତ ଶିଥିଳ ହୋଇଯାଇଥାଏ ଓ ନିଜର ଆକାର ବଦଳାଇଥାଏ ଏହି କାରଣରୁ ଆମ ଦାନ୍ତ ନଷ୍ଟ ହୋଇଥାଏ।

ମାଢିରେ ଯନ୍ତ୍ରଣା – ଅଧିକାଂଶ ସମୟ ନଖର ଛୋଟ ଖଣ୍ଡ ପାଟି ଭିତରେ ରହିଯାଇଥାଏ ଓ ମାଢ଼ିଉପରେ ଏହାର ପ୍ରଭାବ ପଡିଥାଏ। ଏହି କାରଣରୁ ମାଢିରେ ସଂକ୍ରମଣ ହେବ ସହିତ ଘା ହୋଇଥାଏ।

ପାଚନ ପ୍ରକ୍ରିୟା ପ୍ରଭାବିତ ହୁଏ – ନଖ ଚୋବାଇବା ଅଭ୍ୟାସ ଦ୍ୱାରା ପେଟକୁ ଜୀବାଣୁ ଯାଇଥାଏ। ଯେଉଁ କାରଣରୁ ପେଟରେ ସଂକ୍ରମଣ ହୋଇଥାଏ l ଏହି କାରଣରୁ ପେଟ ଯନ୍ତ୍ରଣା ସହିତ ଡାଇରିଆ ସମସ୍ୟା ମଧ୍ୟ ଦେଖାଦିଏ ତା ସହିତ ପାଚନ ଶକ୍ତି ଉପରେ ପ୍ରଭା ପକାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.