CGA ଭାବେ ଦାୟିତ୍ୱ ନେଲେ ଦୀପକ ଦାସ, ପ୍ରଥମ ଓଡ଼ିଆ ଭାବେ ମିଳିଛି ଏହି ଦାୟିତ୍ବ

ଭୁବନେଶ୍ବର (କେନ୍ଯୁଜ) : CGA ଭାବେ ଦାୟିତ୍ୱ ନେଲେ ଦୀପକ ଦାସ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ବ୍ୟୟ ବିଭାଗରେ CGA ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଥମ ଓଡ଼ିଆ ଭାବେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୮୬ ବ୍ୟାଚ୍‌ର ଇଣ୍ଡିଆନ୍‌ ସିଭିଲ ଆକାଉଣ୍ଟ୍‌ସ ସର୍ଭିସ୍‌, ICAS ଅଧିକାରୀ ଦୀପକ ଦାସ। ଦୀର୍ଘ ୩୫ବର୍ଷର କ୍ୟାରିଅରରେ ସେ କେନ୍ଦ୍ରର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟ, ପରିବେଶ ଓ ଜଙ୍ଗଲ, ବାଣିଜ୍ୟ ଓ ବୟନଶିଳ୍ପ, କୃଷି ଓ କୃଷକ ବିଭାଗ, ପରିବହନ, ଜାତୀୟ ରାଜପଥ, ଜାହାଜ ଚଳାଚଳ, ଗୃହ ମନ୍ତ୍ରାଳୟ ଆଦି ବିଭାଗରେ ଗୁରୁତ୍ୱପୂର୍ଣ୍ଣ ପଦରେ ଦାୟିତ୍ୱ ତୁଲାଇଛନ୍ତି।

ଇନଷ୍ଟିଚ୍ୟୁଟ ଅଫ ଗଭର୍ମେଣ୍ଟ ଆକାଉଣ୍ଟସ ଆଣ୍ଡ ଫାଇନାନ୍‌ସର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟନିର୍ବାହ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନରେ ପ୍ରତିରକ୍ଷା ମନ୍ତ୍ରାଳୟରେ ଉପସଚିବ ଓ ନିର୍ଦ୍ଦେଶକ, ବନ୍ଦର ଓ ଜାହାଜ ମନ୍ତ୍ରାଳୟର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଅର୍ଥ ବିଭାଗର Controller General of Accounts ଅଧିକାରୀଙ୍କ ପାହ୍ୟା କେନ୍ଦ୍ରର ସଚିବ ର‍୍ୟାଙ୍କ ସହ ସମାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.