ପ୍ୟାଚ ଟ୍ରିଟମେଣ୍ଟ ସାହାଯ୍ୟରେ ପିମ୍ପଲସ ସମସ୍ୟା ହେବ ଦୂର, ଜାଣନ୍ତୁ ଏହାକୁ ଲଗାଇବାର ବିଧି

ସୁନ୍ଦର ତ୍ୱଚା କିଏ ବା ନ ଚାହେଁ । ସଧାରଣ ଦିନ ଅପେକ୍ଷା କୌଣସି ଫେଷ୍ଟିଭାଲ କିମ୍ବା ନିଜ ପାର୍ଟନର ସହ ଦେଖା କରିବାର ପ୍ଲାନ ଥିଲେ ସମସ୍ତେ ପ୍ରଥମେ ନିଜ ତ୍ୱଚା କଥା ଭାବନ୍ତି । ଦିନକୁ ସ୍ପେଶାଲ କରିବା ପାଇଁ ଖାସ କରି ଝିଅ ମାନଙ୍କୁ ଅନେକ କିଛି ଉପାୟ ଆପଣାଇବାକୁ ପଡିଥାଏ । କିନ୍ତୁ ମୁହଁରେ ଯଦି ପିମ୍ପଲସ୍ ଉଠିଲା ତେବେ କଥା ସରିଲା ।

ବାହାରକୁ ଯିବା ସମୟରେ ଏସବୁ ହେବା ଦ୍ୱାରା ନିଜକୁ କମର୍ଫଟ ଲାଗିନଥାଏ । କିନ୍ତୁ ଏହା ପ୍ରାକୃତିକ ସମସ୍ୟା । ଯଦି ଜୋର ଜବରଦସ୍ତି ଭାବେ ପ୍ରେସର ପକାଇ ଆମେ ଏହି ପିମ୍ପଲସ୍ କୁ ହଟାଇବାକୁ ଚାହିଁବା ତେବେ ଏହାଦ୍ୱାରା ମୁହଁରେ ଦାଗ ରହିବ । ତେବେ ଏହି ସମୟରେ ସବୁଠୁ ସହଜ ଏବଂ ତ୍ୱଚାକୁ ସୁରକ୍ଷିତ ରଖିବା ଉପାୟ ଆମେ ଆପଣଙ୍କୁ କହିବୁ । ଯାହାକୁ ଆପଣାଇ ଆପଣ ଗୋଟିଏ ସେକେଣ୍ଡରେ ନିଜ ପିମ୍ପଲସକୁ ମୁହଁରୁ ହଟାଇପାରିବେ ।

ପ୍ୟାଚ ଟ୍ରିଟମେଣ୍ଟ କଥା ହୁଏତ କିଛି ଜଣ ଜାଣି ନଥିବେ । ଏହି ସହଜ ଉପାୟ ଦ୍ୱାରା ଆପଣ ନିଜ ପିମ୍ପଲସକୁ ମୁହଁରୁ ହଟାଇ ପାରିବେ । ତେଣୁ ଆଜି ଆମେ ଏହାର ବ୍ୟବହାର ସମ୍ପର୍କରେ ଆପଣଙ୍କୁ କହିବୁ ।

pimple

ପିମ୍ପଲ ପ୍ୟାଚ ଏକ ବ୍ୟାଣ୍ଡ-ଏଡ ଭଳି ଥାଏ । ଯାହା କେବଳ ପିମ୍ପଲସ ପାଇଁ ରହିଥାଏ । ଏହା ହାଇଡ୍ରୋ କୋଲାଇଡରୁ ତିଆରି ହୋଇଛି । ଏହାକୁ ଏକ ପ୍ୟାଚର ଆକାର ଦିଆଯାଇଛି । ଏହାକୁ ସାଧାରଣଭାବେ ଛୋଟ କ୍ଷତ ସ୍ଥାନରେ ମଧ୍ୟ ଲଗାଯାଏ । ଏହାକୁ ଆପଣ ନିଜ ପିମ୍ପଲସରେ ଲଗାଇବା ଦ୍ୱାରା ଏହା ସେହି ସ୍ଥାନରେ ପିମ୍ପଲସକୁ କିଛି ସମୟ ମଧ୍ୟରେ ଠିକ କରିଦିଏ ।ଏମିତିକି ଦାଗ ମଧ୍ୟ ରୁହେ ନାହିଁ । ଏହା ଧୂଳି-ମାଟିରୁ ସୁରକ୍ଷିତ ରଖି ସେହି ସ୍ଥାନକୁ ପରିଷ୍କାର ରଖିଥାଏ ।

ଏଥିରେ ଥିବା ଏକ ପ୍ୟାଚକୁ ଆଣି ଆପଣ ନିଜ ମୁହଁରେ ହୋଇଥିବା ପିମ୍ପଲ ସ୍ଥାନରେ ଲଗାନ୍ତୁ । ଏହାପରେ ଆପଣ କନଫିଡେଣ୍ଟ ହୋଇ ବାହାରକୁ ବାହାରିବାରେ କୌଣସି ସମସ୍ୟା ରହିବ ନାହିଁ । ପିମ୍ପଲସ୍ ପାଇଁ ଏହି ପ୍ୟାଚ ଖୁବ ଲାଭଦାୟକ ହେବା ସହ କମ ସମୟରେ ଆପଣଙ୍କ ପିମ୍ପଲସ ସମସ୍ୟାକୁ ମଧ୍ୟ ଦୂର କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.