କଟକ ହରିଣଙ୍କୁ ଚନ୍ଦକା ବିପଦ; ସପ୍ତାହକ ମଧ୍ୟରେ ସ୍ଥାନାନ୍ତର ହୋଇଥିଲେ ୧୨୫, ମଲେଣି ୨

କଟକ ହରିଣଙ୍କୁ ଚନ୍ଦକା ବିପଦ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ କଟକ ତୁଳସୀପୁର ହରିଣ ପାର୍କର ହରିଣ ଭଲ ସ୍ଥିତିରେ ନାହାନ୍ତି । ସପ୍ତାହକ ମଧ୍ୟରେ ସ୍ଥାନାନ୍ତର ହୋଇଥିବା ୧୨୫ଟି ହରିଣଙ୍କ ମଧ୍ୟରୁ ୨ଟିର ମୃତ୍ୟୁ ହୋଇଛି ।

କଟକ (କେନ୍ୟୁଜ୍‌): କଟକ ହରିଣଙ୍କୁ ଚନ୍ଦକା ବିପଦ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ କଟକ ତୁଳସୀପୁର ହରିଣ ପାର୍କର ହରିଣ ଭଲ ସ୍ଥିତିରେ ନାହାନ୍ତି । ସପ୍ତାହକ ମଧ୍ୟରେ ସ୍ଥାନାନ୍ତର ହୋଇଥିବା ୧୨୫ଟି ହରିଣଙ୍କ ମଧ୍ୟରୁ ୨ଟିର ମୃତ୍ୟୁ ହୋଇଛି । ଆଉ କିଛି ଗୁରୁତର ଥିବାରୁ ସେମାନଙ୍କ ଚିକିତ୍ସା ଜାରି ରହିଛି । ଆହୁରି ଦୁଇ ଡଜନରୁ ଅଧିକ ଅସୁସ୍ଥ ହୋଇପଡିଛନ୍ତି ।

ସ୍ଥାନାନ୍ତର ସହ ହଠାତ୍ ବାସସ୍ଥଳୀ ପରିବର୍ତ୍ତନ ଦ୍ବାରା କେତେକ ହରିଣ ଠିକ୍‌ଭାବେ ଖାଦ୍ୟ ଖାଉନାହାନ୍ତି । ସପ୍ତାହେ ହେବ ହରିଣଗୁଡ଼ିକ ସ୍ଥାନାନ୍ତର ହୋଇଥିଲେ ମଧ୍ୟ ସେମାନଙ୍କ ସ୍ବଭାବରେ କୌଣସି ପରିବର୍ତ୍ତନ ଆସିନାହିଁ । ସେମାନେ ପୂର୍ବଭଳି ଏକାଠି ରହିବାକୁ ପସନ୍ଦ କରୁଛନ୍ତି ।

ବିସ୍ତୀର୍ଣ୍ଣ ପରିବେଶରେ ସେମାନଙ୍କୁ ଛଡାଯାଇଥିଲେ ମଧ୍ୟ ସେମାନେ ଚଲାବୁଲା କରୁନାହାନ୍ତି । ପରିବେଶ ସହ ଖାପ ଖୁଆଇବାରେ ହରିଣଙ୍କୁ ଅସୁବିଧା ହେଉଛି । ତେବେ ଭରତପୁର ସଂରକ୍ଷିତ ଜଙ୍ଗଲ ଖୁଆଡ଼ରେ ରଖାଯାଇଥିବା ୫୧ଟି ଯାକ ହରିଣଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.