ଖଣି ବିଭାଗର କଡ଼ା ଆଭିମୁଖ୍ୟ: କମ୍‌ ପରିମାଣର ଖଣିଜ ପ୍ରେରଣ କରିଥିବା ୫ଟି ଖଣିକୁ ୮ହଜାର ୬ଶହ କୋଟି ଟଙ୍କାର ଡିମାଣ୍ଡ ନୋଟିସ୍‌

ଭୁବନେଶ୍ବର(କେନ୍ଯୁଜ୍): ଖଣି ବିଭାଗର କଡ଼ା ଆଭିମୁଖ୍ୟ । କମ୍‌ ପରିମାଣର ଖଣିଜ ପ୍ରେରଣ କରିଥିବା ୫ଟି ଖଣିକୁ ୮ହଜାର ୬ଶହ କୋଟି ଟଙ୍କାର ଡିମାଣ୍ଡ ନୋଟିସ ପଠାଇଛି ଖଣି ବିଭାଗ । ଗତ ୨୦୨୦ ଜୁଲାଇ ୭ଠାରୁ ୨୦୨୧ ଜୁଲାଇ ୬ ମଧ୍ୟରେ ଏହି ୫ଟି ଯାକ ଖଣି କମ୍ପାନୀ, ବୁଝାମଣା ଅନୁଯାୟୀ, ସର୍ବନିମ୍ନ ନିର୍ଦ୍ଧାରିତ ପରିମାଣ ଠାରୁ କମ୍‌ ପରିମାଣର ଖଣିଜ ଡେସପାଚ୍‌ କରିଥିବା ନଜରକୁ ଆସିବାପରେ ଖଣି ବିଭାଗ ଏଭଳି ପଦକ୍ଷେପ ଉଠାଇଛନ୍ତି ।

ଗତ ୧୩ ତାରିଖରେ ଖଣି କମ୍ପାନୀ ଗୁଡିକୁ ମିନେରାଲ କନ୍ସେସନ ରୁଲ ଆଧାରରେ ଡିମାଣ୍ଡ ନୋଟିସ ପଠାଇଛନ୍ତି ଯୋଡ଼ା ଯୁଗ୍ମ ଖଣି ନିର୍ଦ୍ଦେଶକ । ଆସନ୍ତା ୧୫ ଦିନ ମଧ୍ୟରେ ଟଙ୍କା ପୈଠ କରିବାକୁ କୁହାଯାଇଛି । ଏନେଇ ଖଣି କମ୍ପାନୀ ଗୁଡିକର ପ୍ରତିକ୍ରିୟା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.