Below header

ଶ୍ରୀମନ୍ଦିର ନିକଟରୁ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ: ଭଙ୍ଗାଯାଉଛି ମେଘନାଦ ପାଚେରୀର ୭୫ମିଟର ପରିଧିରେ ଥିବା ବାସେଳିସାହିର ଘରୋଇ କୋଠା

ପୁରୀ: ଶ୍ରୀମନ୍ଦିର ପରିସରରୁ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ। ମାର୍ଚ୍ଚ ମାସରୁ ବନ୍ଦ ଥିବା ଉଚ୍ଛେଦ କାର୍ଯ୍ୟ ଆଜି ପୁଣି ଆରମ୍ଭ ହୋଇଛି। ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଉଚ୍ଛେଦ କାର୍ଯ୍ୟ ବିଧିବଦ୍ଧ ଭାବେ ବାସେଳିସାହି ମୌଜାରୁ ଆରମ୍ଭ ହୋଇଛି। ମେଘନାଦ ପାଚେରୀର ୭୫ମିଟର ପରିଧି ଭିତରେ ରହିଥିବା ବାସେଳିସାହିର ଘରୋଇ କୋଠାକୁ ଭଙ୍ଗାଯାଉଛି।

ଉଚ୍ଛେଦ କାର୍ଯ୍ୟରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ଦୁଇଟି ବୁଲଡୋଜରକୁ ନିୟୋଜିତ କରାଯାଇଛି। ଗଳି ଭିତରୁ ଉଚ୍ଛେଦ କରାଯାଉଥିବାରୁ ପ୍ରଥମେ ଭାଇବ୍ରେଟର ଦ୍ୱାରା ଛାତ କଣାଯାଇ ପରେ ଘର ଭଙ୍ଗାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ବଳୟର ୭୫ମିଟର ପରିଧିରୁ ଶ୍ରୀମନ୍ଦିର ଚତୁପାର୍ଶ୍ୱରୁ ୬୦ପ୍ରତିଶତ ଉଚ୍ଛେଦ ସରିଥିବା ବେଳେ କରୋନା ପାଇଁ ଏହା ବନ୍ଦ ରହିଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୁଣି ଥରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.