ବେଗୁନିଆ ବ୍ଳକରେ ଡ଼େଙ୍ଗୁ ଆତଙ୍କ

ଖୋର୍ଦ୍ଧା (କେନ୍ଯଜ୍) : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ଡେଙ୍ଗୁ ଆତଙ୍କ । ବଡବେରଣା ଗାଁରେ ଏବେ ୪ ଜଣ  ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ତଳଗଡ ଗାଁରେ ମଧ୍ୟ ଆଉ ଜଣେ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଅନ୍ୟପଟେ ଡେଙ୍ଗୁ ଭୟରେ କିଛି ଲୋକ ଗାଁ ଛାଡୁଛନ୍ତି । କୂଅ ପାଣି ଓ ଅପରିଷ୍କାର ପରିବେଶ ଡେଙ୍ଗୁର ମୁଖ୍ୟ କାରଣ ବୋଲି କୁହାଯାଉଛି ।

ଏଥିପ୍ରତି ସ୍ଥାନୀୟ ବ୍ଳକ୍‌ ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ପହଞ୍ଚିନଥିବା ବେଳେ ଜଣେ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ଗାଁକୁ ଯାଇ ସଚେତନତା ଚଳାଇଛନ୍ତି । ସେପଟେ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନର ଅଣଦେଖା ହେତୁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.