ରାଜ୍ୟରେ କମୁଛି ଶୀତ: ଆଜି ଟ୍ଵିନ୍‌ସିଟିରେ ଘନ କୁହୁଡ଼ିର ଆସ୍ତରଣ, ଦେଖାଯାଉନି ରାସ୍ତାଘାଟ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ କମୁଛି ଶୀତ । ବଢୁଛି ରାତିର ତାପମାତ୍ରା । ଟ୍ଵିନ୍‌ସିଟିରେ ଘନ କୁହୁଡ଼ିର ଆସ୍ତରଣ। ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସହର ସମେତ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଦେଖାଯାଇଥିଲା। ଫଳରେ ୫୦ ମିଟର ଦୂରତା ପର୍ଯ୍ୟନ୍ତ କିଛି ଦୃଶ୍ୟମାନ ହେଉନାହିଁ ।

କୁହୁଡ଼ି ଯୋଗୁ ଜନଜୀବନ ପ୍ରଭାବିତ ହୋଇଥିଲା। ଗାଡ଼ିମୋଟର ଚଳାଚଳରେ ସମସ୍ୟା ଦେଖା ଦେଇଥିଲା । ଲୋକମାନେ ଲାଇଟ୍‌ ଲଗାଇ ଯିବା ଆସିବା କରୁଥିଲେ। ବର୍ତ୍ତମାନ ରାଜ୍ୟକୁ ଉତ୍ତରା ପବନ ଆସୁ ନାହିଁ । ଫଳରେ ଶୀତର ପ୍ରକୋପ କମିବାରେ ଲାଗିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.