ଆସନ୍ତା ୨୬ରୁ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ, ପ୍ରାଥମିକତା ଭିତ୍ତିରେ ଶିକ୍ଷକଙ୍କୁ ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ଯୁଜ୍): ଟିକା ଦାନରେ ଶିକ୍ଷକଙ୍କୁ ପ୍ରାଥମିକତା। ରାଜ୍ୟରେ ଏପର୍ଯ୍ୟନ୍ତ ସବୁ ଶିକ୍ଷକଙ୍କୁ କରୋନା ଟିକା ମିଳିନି। ଆସନ୍ତା ୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ଆରମ୍ଭ ହେଉଥିବାରୁ ପ୍ରାଥମିକତା ଭିତ୍ତିରେ ଶିକ୍ଷକଙ୍କୁ ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେମୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ପ୍ରାୟ ୨ଲକ୍ଷ ୫୦ହଜାର ଶିକ୍ଷକ-ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି।

ସେହିପରି କୋଦଶ ଓ ଦ୍ୱାଦଶ ଶ୍ରେଣୀରେ ପ୍ରାୟ ୪୦ହଜାର ଶିକ୍ଷକ-ଶିକ୍ଷୟିତ୍ରୀ ପାଠ ପଢାଉଛନ୍ତି। ତେବେ ଏହି ଶିକ୍ଷକଙ୍କୁ ଏପର୍ଯ୍ୟନ୍ତ ଶତପ୍ରତିଶତ ଟିକାକରଣ କରିପାରିନାହିଁନ୍ତି। ଏପର୍ଯ୍ୟନ୍ତ ୬୫ପ୍ରତିଶତ ଶିକ୍ଷକ-ଶିକ୍ଷୟିତ୍ରୀ ପ୍ରଥମ ଡୋଜ୍‌ ଓ ୩୫ ପ୍ରତିଶତ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ଆଗାମୀ ଦିନରେ ନବମ ଓ ଏକାଦଶ ପର୍ଯ୍ୟାୟକ୍ରମେ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଜୁଲାଇ ୩୦ ତାରିଖରୁ ଆରମ୍ଭ ହେବ ଦଶମ ଶ୍ରେଣୀ ପରୀକ୍ଷା। ତେଣୁ ସବୁ ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ଦାବି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.