ରାଜ୍ୟର ବିକାଶ ହେବ ପ୍ରମୁଖ ପ୍ରସଙ୍ଗ, ଏହାକୁ ନେଇ ଲୋକଙ୍କ ପାଖକୁ ଯିବେ ନବୀନ ସରକାର

ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ ବିଶିଷ୍ଟ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ପ୍ରଶ୍ନର ଉତ୍ତରରେ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ବିକାଶ ଓ ଜନମଙ୍ଗଳ ଉପରେ ପ୍ରାଧାନ୍ୟ ଦିଆଯିବ।

କେନ୍ୟୁଜ(ବ୍ୟୁରୋ): ପରବର୍ତ୍ତୀ ନିର୍ବାଚନରେ ରାଜ୍ୟର ବିକାଶକୁ ପ୍ରମୁଖ ଏଜେଣ୍ଡା କରିବେ ନବୀନ ସରକାର। ଏହାକୁ ନେଇ ଲୋକଙ୍କ ପାଖକୁ ଯିବେ। ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ ବିଶିଷ୍ଟ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ପ୍ରଶ୍ନର ଉତ୍ତରରେ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ବିକାଶ ଓ ଜନମଙ୍ଗଳ ଉପରେ ପ୍ରାଧାନ୍ୟ ଦିଆଯିବ। ଏଥିସହ ଲୋକପ୍ରିୟତାର ରାଜ୍ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିଛନ୍ତି, ରାଜନୀତିକୁ ଆସିବା ପରଠୁ ଦୁର୍ନୀତି ହଟାଇବା ମୂଳ ଲକ୍ଷ୍ୟ ରହି ଆସିଛି । ସେ ସରକାରକୁ ଆସିବା ପରେ ଦାରିଦ୍ର୍ୟଦୂରୀକରଣ, ଦୁର୍ନୀତି ନିବାରଣ , ବିପର୍ଯ୍ୟୟ ମୁକାବିଲା ପରିଚାଳନା କ୍ଷେତ୍ରରେ କାର୍ଯ୍ୟ ହୋଇଛି । ଏହାସହ କୃଷି, ଜଳ ସେଚନ, ଶିଳ୍ପାୟନ, ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ବିକାଶ ହୋଇଥିବା କହିଥିଲେ ନବୀନ।

ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ସମର୍ଥନ କରିବା ସହ ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନ ହେଲେ ସେ ପ୍ରସ୍ତୁତ ବୋଲି କହିଛନ୍ତି ନବୀନ। ମହିଳା ସଂରକ୍ଷଣ ବିଲ୍ କୁ ମଧ୍ୟ ସ୍ବାଗତ କରିଛନ୍ତି। ଗତ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବା ଏବଂ ମିଶନ ଶକ୍ତି ବିଷୟରେ କହିଥିଲେ ମୁଖ୍ୟମନ୍ତ୍ରୀ। ଡାର୍ଟି ପଲିଟିକ୍ସରେ ଜଣେ ସଚ୍ଚୋଟ କିପରି ରହିଛନ୍ତି ଏ ପ୍ରଶ୍ନର ଉତ୍ତରେ ନବୀନ କହିଥିଲେ, ରାଜନୀତିରେ ଡାର୍ଟି ହେବା କଥା ନୁହଁ। ଲୋକଙ୍କ ସେବା ପାଇଁ ରାଜନୀତି ଏକ ଉତ୍ତମ ପ୍ଲାଟଫର୍ମ ବୋଲି କହିଥିଲେ ନବୀନ। କେନ୍ଦ୍ରରେ ମୋଦିଙ୍କ ବୈଦେଶିକ ନୀତି ଏବଂ ଦୁର୍ନୀତି ରୋକିବାରେ ପଦକ୍ଷେପକୁ ପ୍ରଂଶସା କରିଛନ୍ତି ନବୀନ। ମୋଦିଙ୍କୁ ଏଥିଲାଗି ୧୦ରୁ ୮ ପଏଣ୍ଟ ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.