ଚିକିତ୍ସାରେ ତ୍ରୁଟି ଯୋଗୁଁ ବରୀ ରାମଚନ୍ଦ୍ରପୁର ମେଡିକାଲରେ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ: ମେଡିକାଲ ପରିସରରେ ଭଙ୍ଗାରୁଜା ଓ ପୋଡ଼ାଜଳା

ଅଲିପୁର ଅଞ୍ଚଳର ବିରଞ୍ଚି ଗେଡିଙ୍କ ୫ ବର୍ଷର ଝିଅ ଅର୍ପିତାଙ୍କୁ ଜ୍ବର ଚିକିତ୍ସା ପାଇଁ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ନିୟୋଜିତ ଆୟୁଷ ଡାକ୍ତର ଅଧିକ ମାତ୍ରାର ଇଞ୍ଜେକସନ୍ ଦେବାରୁ ମେଡିକାଲରେ ହିଁ ଶିଶୁଟିର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।

କେନ୍ୟୁଜ୍(ବ୍ୟୁରୋ):ଚିକିତ୍ସାରେ ତ୍ରୁଟି ଯୋଗୁଁ ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ ନେଇ ଉତ୍ତେଜନା । ମେଡିକାଲ ପରିସରରେ ଭଙ୍ଗାରୁଜା ଓ ପୋଡ଼ାଜଳା । ଅଲିପୁର ଅଞ୍ଚଳର ବିରଞ୍ଚି ଗେଡିଙ୍କ ୫ ବର୍ଷର ଝିଅ ଅର୍ପିତାଙ୍କୁ ଜ୍ବର ଚିକିତ୍ସା ପାଇଁ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ନିୟୋଜିତ ଆୟୁଷ ଡାକ୍ତର ଅଧିକ ମାତ୍ରାର ଇଞ୍ଜେକସନ୍ ଦେବାରୁ ମେଡିକାଲରେ ହିଁ ଶିଶୁଟିର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଉତ୍ତେଜିତ ଲୋକେ ମେଡିକାଲରେ ପଶି ଭଙ୍ଗାରୁଜା କରିବା ସହ ବିଭିନ୍ନ ପ୍ରକାର ମେଡିସିନ୍, ଇଞ୍ଜେକସନ୍ ଓ ଅନ୍ୟ ସାମଗ୍ରୀ ଜାଳିପୋଡି ଦେଇଥିଲେ ।

ଶିଶୁକନ୍ୟାର ମୃତ୍ୟୁ ପାଇଁ ଡାକ୍ତରଙ୍କୁ ଦାୟୀ କରିବା ସହ ସମ୍ପୃକ୍ତ ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଜିଲ୍ଲାରେ ଗତ ୧୦ ଦିନ ମଧ୍ୟରେ ଏଭଳି ଦୁଇଟି ଘଟଣା ଘଟିଛି । ଏହା ପୂର୍ବରୁ ଗତ ୧୪ ତାରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଚିକିତ୍ସା ଅବହେଳାକୁ ଦାୟୀ କରାଯାଇଥିଲା । ସେପଟେ ମାତ୍ରାଧିକ ଶିଶୁକନ୍ୟାକୁ ମାତ୍ରାଧିକ ଡୋଜ୍ ଦିଆଯାଇଥିବା ଅଭିଯୋଗ ନେଇ ଅଧିକ ଅନୁଧ୍ୟାନ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.