ଆଜି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦେବୀ ସଭାରେ ଏକାଠି ହେବେ ଗୋଷାଣି, ସକାଳ ୧୦ରୁ ରାତି ଯାଏଁ ବଡ଼ଦାଣ୍ଡରେ ୧୪୪ ଧାରା

ପୁରୀ: ଆଜି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦେବୀ ସଭାରେ ଏକାଠି ହେବେ ଗୋଷାଣି। କରୋନା ପାଇଁ ଚଳିତବର୍ଷ ପ୍ରଶାସନ ପକ୍ଷରୁ ଅନେକ କଟକଣା ଜାରି କରାଯାଇଛି। ଏଥିପାଇଁ ସକାଳ ୧୦ଟାରୁ ରାତି ଯାଏଁ ବଡ଼ଦାଣ୍ଡରେ ୧୪୪ ଧାରା ଜାରି ହେବ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ମରିଚିକୋଟ ଛକ ପର୍ଯ୍ୟନ୍ତ ଏହା ଲାଗୁ ହେବ।

ପ୍ରତ୍ୟେକ ଗୋଷାଣି ପାଇଁ ମାତ୍ର ୭ ଜଣଙ୍କୁ ଅନୁମତି ଦେଇଛି ପ୍ରଶାସନ। ସେମାନଙ୍କୁ ପରିଚୟ ପତ୍ର ଦିଆଯାଇଛି। ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ସେବାପୂଜା ପାଇଁ ଯାଉଥିବା କୌଣସି ସେବାୟତଙ୍କୁ ଅଟକାଯିବ ନାହିଁ। ସେଭଳି ସମସ୍ତ ଜରୁରୀକାଳୀନ ସେବା ପ୍ରଭାବିତ ହେବ ନାହିଁ। ଶ୍ରୀକ୍ଷେତ୍ରର ପ୍ରମୁଖ ସାତ ସାହି ଓ ଆଖଡା ଦ୍ୱାରା ହେଉଥିବା ୪୦ରୁ ଅଧିକ ଗୋଷାଣୀ ସିଂହଦ୍ୱାରକୁ ଭଷାଣ ଶୋଭାଯାତ୍ରାରେ ଆସିବା ସମୟରେ ବାଜା ବାଜିବନି କି ଆଲୋକ ଲାଗିବନି। ମଙ୍ଗଳାଘାଟରେ ହୋଇଥିବା କୃତ୍ରିମ ପୋଖରୀରେ ଗୋଷାଣି ଶୋଭାଯାତ୍ରା ଯାଇ ବିସର୍ଜନ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.