ସିଂହଦ୍ୱାର ବ୍ୟତୀତ ଅନ୍ୟ ତିନି ଦ୍ୱାରରେ ଭକ୍ତଙ୍କୁ ପ୍ରବେଶ ଅନୁମତି ଦାବି, ୩ଦିନ ଭିତରେ ନିଷ୍ପତ୍ତି

ଶ୍ରୀମନ୍ଦିରକୁ ୩ ଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ । ୨ ରୁ ୩ ଦିନ ମଧ୍ୟରେ ଏନେଇ ନିଆଯିବ ନିଷ୍ପତ୍ତି।

ପୁରୀ(କେନ୍ୟୁଜ୍‌): ଶ୍ରୀମନ୍ଦିରକୁ ୩ ଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ। ଦକ୍ଷିଣ, ପଶ୍ଚିମ ଓ ସିଂହଦ୍ୱାର ଦେଇ ଭକ୍ତଙ୍କୁ ପ୍ରବେଶ କରାଇ ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରାଯିବ। ୨ ରୁ ୩ ଦିନ ମଧ୍ୟରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।

ପ୍ରଥମ ଦଫାରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଅଧିକାରୀ ପଶ୍ଚିମଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ପାଇଁ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିପାଇଁ ବ୍ୟାରିକେଡ୍‌ ନିର୍ମାଣ କରାଯାଇଛି।

ପ୍ରାଥମିକ ଭାବେ ପୁରୀବାସୀଙ୍କୁ ନିଜ ପରଚିୟପତ୍ର ଦେଖାଇ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିବାକୁ ଅନୁମତି ଦେବାକୁ ବିଚାରବିମର୍ଷ ଚାଲିଛି। ପଶ୍ଚିମଦ୍ୱାର ନିକଟରେ ଗାଡ଼ି ପାର୍କିଂ ଓ ଜିନିଷପତ୍ର ରଖିବା ବ୍ୟବସ୍ଥା କରିବାକୁ ମଧ୍ୟ ଯୋଜନା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.