ଆଜି ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ

ସମ୍ବଲପୁର (କେନ୍ୟୁଜ): ଆଜି ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ । ପବିତ୍ର ମହାଳୟା ଅବସରରେ ମା’ ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଆଜି ମହାଳୟା ଥିବାରୁ ମାଙ୍କ ପହଡ଼ ନିର୍ଦ୍ଧାରିତ ସମୟର ଅଧଘଣ୍ଟା ଆଗରୁ ଖୋଲାଯାଇ ବିଶେଷ ପୂଜାର୍ଚନା କରାଯିବା ସହ ଧବଳମୁଖୀ ବେଶ କରାଯାଇଛି । ବର୍ଷ ର ସମସ୍ତ ଦିନ ଓ ପର୍ବ ଗୁଡିକରେ ମା ସିନ୍ଦୁରମୁହିଁ ବେଶ ରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ମହାଳୟା ଦିନ ମା ଙ୍କ ମୁହଁ ସମ୍ପୂର୍ଣ ଭାବେ ଶ୍ୱେତବର୍ଣ୍ଣ କରାଯାଏ । ମହାଳୟା ରେ ପିତୃପୁରୁଷ ଙ୍କୁ ପିଣ୍ଡ ଦାନ ପରେ ଗଙ୍ଗା ଗୟା ରେ ସ୍ନାନ କରିବାର ନୀତି ନିୟମ ରହିଛି, ହେଲେ ଯେଉଁ ମାନେ କୌଣସି କାରଣ ଯୋଗୁଁ ଗଙ୍ଗା, ଗୟା ଯାଇପାରନ୍ତିନାହିଁ ସେମାବେ ପିତୃପୁରୁଷ ପିଣ୍ଡ ଦାନ ପରେ ସମଲେଶ୍ବରୀ ଙ୍କ ଧବଳମୁଖୀ ବେଶ ଦର୍ଶନ କରି ସମାନ ଫଳ ପାଇଥାନ୍ତି ।

ସମଲେଶ୍ବରୀ ଙ୍କ ଏହି ବେଶ କୁ ଗଙ୍ଗା ବେଶ ବୋଲି ମଧ୍ୟ କୁହାଯାଏ । ଧବଳମୁଖୀ ବେଶ ବର୍ଷରେ କେବଳ ଗୋଟିଏ ଦିନ ହେଉଥିବାରୁ ଏହି ଦିନ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ । କୋଭିଡ ଯୋଗୁଁ ଗତବର୍ଷ ଭକ୍ତ ମାନେ ଧବଳମୁଖୀ ବେଶ ଦର୍ଶନରୁ ବଂଚିତ ହୋଇଥିଲେ । ଚଳିତ ବର୍ଷ କୋଭିଡ ଗାଇଡଲାଇନ ମଧ୍ୟରେ ଭକ୍ତ ମାନେ ଧବଳମୁଖୀ ବେଶ ଦର୍ଶନ ବ୍ୟବସ୍ଥା କରାଯାଇଛି । ସମ୍ବଲପୁର ର ପଡ଼ୋଶୀ ଜିଲା ସହ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଆଦି ରାଜ୍ୟରୁ ମଧ୍ୟ ଭକ୍ତ ମାନେ ଏହି ସ୍ୱତନ୍ତ୍ର ଧବଳମୁଖୀ ବେଶ ଦେଖିବାକୁ ଆସିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.