Below header

ମହମ୍ମଦ ଫାରୁକ ହତ୍ୟାକାଣ୍ଡ ଘଟଣାରେ ଧଳ ସାମନ୍ତ ଭ୍ରାତାଙ୍କୁ ଦୋଷ ମୁକ୍ତ କଲେ କଟକ ଜିଲ୍ଲା ଦୌରା ଜଜ କୋର୍ଟ

ବହୁ ଚର୍ଚ୍ଚିତ ମାଲଗୋଦାମର ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ ହତ୍ୟାକାଣ୍ଡ ଘଟଣାରେ ଧଳ ସାମନ୍ତ ଭ୍ରାତାଙ୍କୁ ଦୋଷ ମୁକ୍ତ କରିଛନ୍ତି କଟକ ଜିଲ୍ଲା ଦୌରା ଜଜ କୋର୍ଟ। ତଥ୍ୟ ପ୍ରମାଣ ଅଭାବରୁ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ସହ ଆରିଫ ଖାନକୁ ମଧ୍ୟ ନିର୍ଦୋଷ ରେ ଖଲାସ କରିଛନ୍ତି କୋର୍ଟ। ପୂର୍ବରୁ ଏହି ମାମଲଟିରେ ଅନ୍ୟ ଚାରି ଜଣ ଅଭିଯୁକ୍ତଙ୍କୁ କୋର୍ଟ ପ୍ରମାଣ ଅଭାବରୁ ଦୋଷ ମୁକ୍ତ କରିଥିଲେ। ଏହି ମାମଲାରେ ଏବେ ଆଉ ଜଣେ ଅଭିଯୁକ୍ତ ଫେରାର ରହିଛି।

କଟକ(କେନ୍ୟୁଜ) : ବହୁ ଚର୍ଚ୍ଚିତ ମାଲଗୋଦାମର ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ ହତ୍ୟାକାଣ୍ଡ ଘଟଣାରେ ଧଳ ସାମନ୍ତ ଭ୍ରାତାଙ୍କୁ ଦୋଷ ମୁକ୍ତ କରିଛନ୍ତି କଟକ ଜିଲ୍ଲା ଦୌରା ଜଜ କୋର୍ଟ। ତଥ୍ୟ ପ୍ରମାଣ ଅଭାବରୁ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ସହ ଆରିଫ ଖାନକୁ ମଧ୍ୟ ନିର୍ଦୋଷ ରେ ଖଲାସ କରିଛନ୍ତି କୋର୍ଟ। ପୂର୍ବରୁ ଏହି ମାମଲଟିରେ ଅନ୍ୟ ଚାରି ଜଣ ଅଭିଯୁକ୍ତଙ୍କୁ କୋର୍ଟ ପ୍ରମାଣ ଅଭାବରୁ ଦୋଷ ମୁକ୍ତ କରିଥିଲେ। ଏହି ମାମଲାରେ ଏବେ ଆଉ ଜଣେ ଅଭିଯୁକ୍ତ ଫେରାର ରହିଛି ।

ଏହି ହତ୍ୟାକାଣ୍ଡରେ ଧଳ ଭ୍ରାତାଙ୍କର କୌଣସି ସମ୍ପୃକ୍ତି ନ ଥିଲା ପୋଲିସ ଅଯଥାରେ ସେମାନଙ୍କୁ ଏହି ମାମଲାରେ ଗୁନ୍ଥି ଦେଇ ଥିଲା ବୋଲି ମାମଲା ପରିଚାଳନା କରୁଥିବା ଆଇନଜୀବୀ ପ୍ରତିକ୍ରିୟା ରଖିଛନ୍ତି। ମୃତ ଫାରୁକଙ୍କ ପରିବାରବର୍ଗ କେବେ ହେଲେ ଡି ବ୍ରଦର୍ଶ ଙ୍କ ନାଁ ଧରି ନାହାନ୍ତି ବୋଲି କହିଛନ୍ତି ଆଇନଜୀବୀ। ନିଜ ଦୋକାନରେ ବସିଥିବା ସମୟରେ ଗତ 2014 ମସିହା ନଭେମ୍ବର ମାସ 12 ତାରିଖରେ ଫାରୁକଙ୍କୁ ଗୁଳି ମାରି ହତ୍ୟା କରି ଥିଲେ ଏକାଧିକ ଦୁବୃତ୍ତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.