ଆଇଏସଆଇ ଏଜେଣ୍ଟଙ୍କୁ OTP ସେୟାର ସେୟାର କରି ୩ ଓଡ଼ିଆ ଗିରଫ, ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କଲା STF

 ISI ଏଜେଣ୍ଟକୁ OTP ସେୟାର ସେୟାର କରି ୩ ଓଡ଼ିଆ ଗିରଫ ଘଟଣାରେ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କଲା STF । ୫ ଦିନିଆ ରିମାଣ୍ଡ ଆବେଦନ କଲା କ୍ରାଇମବ୍ରାଞ୍ଚ STF। ଜବତ ହୋଇଥିବା ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଜାଣିବା ପାଇଁ ବ୍ୟାଙ୍କ୍‌କୁ ଚିଠି ଲେଖିବ କ୍ରାଇମବ୍ରାଞ୍ଚ STF । ବ୍ୟାଙ୍କ ଆକାଉଣ୍ଟ ସବୁ କାହା କାହା ନାଁରେ ରହିଛି, କେତେ ଟଙ୍କା ରହିଛି, କେତେ ଟ୍ରାଞ୍ଜାକ୍ସନ ହୋଇଛି ସେସବୁର ତଥ୍ୟ ବ୍ୟାଙ୍କ୍‌କୁ ମାଗିଛି STF ।

ଜବତ ହୋଇଥିବା ବିଭିନ୍ନ କମ୍ପାନୀର ସିମ୍‌କୁ ମଧ୍ୟ ଯାଞ୍ଚ ପାଇଁ ସିମ୍‌ କମ୍ପାନୀ ଗୁଡ଼ିକୁ ମଧ୍ୟ ଚିଠି ଲେଖିବ STF। ସିମ୍‌ ଗୁଡିକ କାହା ନାଁରେ ରହିଛି ସେସବୁ ଜାଣିବା STF ର ପ୍ରାଥମିକ କାମ । ଅଭିଯୁକ୍ତମାନଙ୍କୁ ସିମ୍‌ ଯୋଗାଉ ଥିବା ବ୍ୟକ୍ତି ମାନଙ୍କୁ ଖୋଜୁଛି STF । ସେମାନଙ୍କୁ ଖୁବ ଶୀଘ୍ର ଧରା ଯିବ ବୋଲି ସୂଚନା ଦେଲେ STF ଏସ୍‌ପି। ଆବଶ୍ୟକ ପଡିଲେ ଅଭିଯୁକ୍ତଙ୍କ ଘର ଓ ସମ୍ପର୍କୀୟଙ୍କୁ ପୁଣି ଥରେ ଗାଁକୁ ଯାଇ ପଚରା ଉଚରା କରିବ STF ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.