କେନ୍ଦୁଝରର ନୂଆ ରାଜା, ଧନଞ୍ଜୟ ନାରାୟଣ ଭଞ୍ଜଦେଓ ହେଲେ କେନ୍ଦୁଝର ରାଜବଂଶର ୪୯ତମ ରାଜା

କେନ୍ଦୁଝରର ନୂଆ ରାଜା । ଧନଞ୍ଜୟ ନାରାୟଣ ଭଞ୍ଜଦେଓ ହେଲେ କେନ୍ଦୁଝର ରାଜବଂଶର ୪୯ତମ ରାଜା । ଗତ ୧ ତାରିଖରେ ହୃଦଘାତରେ ତାଙ୍କ ପିତା ଅନନ୍ତ ନାରାୟଣ ଭଞ୍ଜଦେଓଙ୍କ ଦେହାନ୍ତ ହୋଇଥିଲା । ପରେ ରୀତିନୀତି ଅନୁଯାୟୀ ତାଙ୍କ ବଡ଼ପୁଅଙ୍କୁ ଦାୟିତ୍ୱ ଦିଆଯାଇଛି । ଗତକାଲି ଧନୁସଂକ୍ରାନ୍ତି ଅବସରରେ ଧନଞ୍ଜୟ ନାରାୟଣ ଭଞ୍ଜଦେଓଙ୍କର ରାଜାଭିଷେକ କରାଯାଇଥିଲା । ପରେ ଦେବ ଦର୍ଶନ କରି ସେ ରାଜ କାର୍ଯ୍ୟ ଆରମ୍ଭ କରିଥିଲେ । ରାଜଭିଷେକ ଦେଖିବାକୁ ରାଜବାଟୀରେ ଜନସମାଗମ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.