Below header

ଫନିରେ ଭାଙ୍ଗି ଯାଇଛିି ଶାନ୍ତିସ୍ତୁପ ଧଉଳିର ଅଣ୍ଟା, ଉଜୁଡି ଯାଇଛି ବର୍ଷ ବର୍ଷର ପୁରୁଣା ଗଛ

ଫନିର ପ୍ରଭାବରେ ସୌନ୍ଦର୍ଯ୍ୟ ହରାଇଛି ଶାନ୍ତି ସ୍ତୁପ । ନବବଧୂ ପରି ସଜେଇ ହୋଇ ପଯ୍ୟର୍ଟକଙ୍କୁ ଆକର୍ଷିତ କରୁଥିବା ଧଉଳି ଫନିରେ ଉଜୁଡି ଯାଇଛି । ଫନି ଯିବାର ବିତିଯାଇଛି ୮ଦିନ । ଏବେ ସଜାଡିବାର ବେଳ । ଅଗ୍ନିଶମ ବିଭାଗ ପକ୍ଷରୁ ବଡବଡ ଗଛ ଗୁଡିକୁ କଟା ଯାଉଛି । ରାସ୍ତା ଉପରେ ପଡି ରହିଥିବା ଗଛ ଗୁଡିକୁ ତ୍ସଫା କରାଯାଉଛି । ମୁତୟନ ଅଛନ୍ତି ଅଗ୍ନିଶମର ୮ଟି ଟିମ୍‌ ।

ସେପଟେ ଉଜୁଡା ଦୋକାନକୁ ସଜାଡିବାରେ ଲାଗିଛନ୍ତି ବାହାରେ ବସୁଥିବା ବ୍ୟବସାୟୀ । କାହାର ଚାଳ ଉଡି ଯାଇଛି ତ ଆଉ କାହାର ଘର ଭାଙ୍ଗି ଯାଇଛି । ଯେଉଁ ଦୋକାନ ଗୁଡିକ ଖୋଲା ରହିଛି ବେପାର ବି ମାନ୍ଦା । କାରଣ ଫନି ପରେ ଆଉ ଦେଖିବାକୁ ମିଳୁନି ପଯ୍ୟର୍ଟକଙ୍କ ଭିଡ ।

ସନ୍ଧ୍ୟା ହେଲେ ଶାନ୍ତିସ୍ତୁପରେ ଆଉ ବାଜିବନି ଲାଇଟସାଉଣ୍ଡ । ମଜ୍ଜା ନେବାକୁ ଭିଡ ଜମାଉଥିବା ଦର୍ଶକ ବି ନିରାଶ ହେବେ । ତେବେ ଅପେକ୍ଷା ପ୍ରସାଶନ କେବେ ଧଉଳିର ପୁଃନଉଥାନ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.