ପାକିସ୍ତାନ ପଟୁ ଆସିଥିବା ବିମାନକୁ ଧରିଲା ଭାରତୀୟ ବାୟୁସେନା

ପାକିସ୍ତାନ ପଟୁ ଅନୁପ୍ରବେଶ କରିଥିବା ଏକ ବିମାନକୁ ଭାରତୀୟ ବାୟୁସେନା ରାଜସ୍ଥାନ ଜୟପୁର ବିମାନ ବନ୍ଦରରେ ଓହ୍ଲାଇବାକୁ ବାଧ୍ୟ କରିଛି । ଏଣ୍ଟିନୋଭ ଏଏନ୍‌-୧୨ ମାଲବାହୀ ବିମାନଟି ପାକିସ୍ତାନ ସୀମାରୁ ଭାରତ ସୀମାକୁ ପଶି ଆସିଥିଲା । ତେବେ ବାୟୁସେନାର ଯୁଦ୍ଧ ବିମାନ ସବୁ ତାକୁ ଘେରି ଯାଇ ଜୟପୁର ବିମାନ ବନ୍ଦରରେ ଓହ୍ଲାଇବାକୁ ବାଧ୍ୟ କରିଥିଲେ ।
ସୂଚନା ମୁତାବକ ବିମାନର ପାଇଲଟ୍‌କୁ ପଚରା ଉଚରା ଜାରି ରହିଛି । ତେବେ ବିମାନଟି କରାଚି ବିମାନ ବନ୍ଦରରୁ ବାହାରି ରାସ୍ତା ଭୁଲି ଭାରତ ସୀମାକୁ ଚାଲି ଆସିଥିବା କୁହାଯାଉଛି । ଅବଶ୍ୟ ବିମାନଟି ଜଜିଆରୁ ଆସିଥିଲା ବୋଲି ଜଣାପଡ଼ିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.