କଲେଜ ଏବଂ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ କିଛି ନିଷ୍ପତ୍ତି ହୋଇନି, ଗୁଜବ ଉପରେ ବିଶ୍ୱାସ ନ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ କଲା ଟୁଇଟ୍
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିପାଉଥିବା ଯୋଗୁଁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ଲାସକୁ ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଇତି ମଧ୍ୟରେ ଏକ ମିଥ୍ୟା ଚିଠି ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଯେଉଁଥିରେ ଲେଖାଯାଇଥିଲା କି ଫେବୃଆରୀ ୧୦ ତାରିଖ ପରେ ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଖୋଲିବ।
A fake letter is circulating in social media purportedly conveying decision of Higher Education Department to reopen colleges and universities from 10th Feb’2022. It is hereby clarified that no such decision has been taken by the state government.
— ଉଚ୍ଚଶିକ୍ଷା ବିଭାଗ, ଓଡିଶା ସରକାର 🇮🇳 (@DHE_Odisha) January 30, 2022
ଏହି ଖବର ସୋସିଆଲ ମିଡିଆରେ ପ୍ରଚାରିତ ହେବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନୋଟିସ ଜାରି ହୋଇଛି। ଯେଉଁଥିରେ ଏହି ଖବର ମିଛ ବୋଲି କୁହାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଟ୍ଵିଟରରେ କୁହାଯାଇଛି, କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ କୌଣସି ପ୍ରକାର ନିଷ୍ପତ୍ତି ନିଆଯାଇନାହିଁ।
ଗତ ମାସରେ କରୋନା ସଂକ୍ରମଣ ହଠାତ୍ ବୃଦ୍ଧି ପାଇବା ଯୋଗୁଁ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ କରିଦିଆଯାଇଥିଲା। ଆଗକୁ କରୋନା ସଂକ୍ରମଣ ହ୍ରାସ ପାଇଲେ ଏହା ଉପରେ କିଛି ନିଷ୍ପତ୍ତି ନେଇପାରନ୍ତି ସରକାର।