ମୋହନା : ପି. ଗୋବିନ୍ଦପୁର ଗାଁରେ ବ୍ୟାପିଛି ଝାଡ଼ାବାନ୍ତି ରୋଗ, ସତର୍କ ଓ ସଚେତନ ହେବାକୁ ପରାମର୍ଶ

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ବ୍ଲକ ପି. ଗୋବିନ୍ଦପୁର ଗାଁରେ ବ୍ୟାପିଛି ଝାଡାବାନ୍ତି । ଆଜି ଗାଁର ୫ ଜଣ ଝାଡାବାନ୍ତିର ଶିକାର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଲିପି ନାୟକ ନାମକ ଜଣେ ୯ ବର୍ଷର ନାବାଳିକାଙ୍କ ମୃତ୍ୟୁ ହୋଇଛି ।

ଅନ୍ୟମାନେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ଟିମ୍ ପି. ଗୋବିନ୍ଦପୁରରେ ପହଞ୍ଚି ଲୋକଙ୍କୁ ସଚେତନ କରାଇବା ସହ ଓ.ଅର୍.ଏସ୍ ପ୍ୟାକେଟ୍ ଏବଂ ଔଷଧ ବଣ୍ଟନ କରିଛି । ଦୂଷିତ ପାନୀୟ ଜଳ ଝାଡାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ହୋଇଥିବା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ନମିତା ପଣ୍ଡା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.