Below header

ଅସ୍ତରଙ୍ଗର ବହୁଚର୍ଚ୍ଚିତ ଦିନାଡିଆ ହତ୍ୟା ମାମଲା, ୩ ହତ୍ୟାକାରୀଙ୍କୁ ଆଜୀବନ ଜେଲଦଣ୍ଡାଦେଶ

ଅସ୍ତରଙ୍ଗ : ବହୁଚର୍ଚ୍ଚିତ ଅସ୍ତରଙ୍ଗ ଦିନାଡ଼ିଆ ଗାଁ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା ମାମଲାରେ ୩ ହତ୍ୟାକାରୀଙ୍କ ଆଜୀବନ ଜେଲଦଣ୍ଡାଦେଶ । ନିମାପଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରଜଜ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଫକିର ମୋହନ ମଲ୍ଲିକକୁ ଆଜୀବନ କାରାଦଣ୍ଡ ସହ ୪ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରାଯାଇଛି। ସେହିପରି ଅନ୍ୟତମ ଅଭିଯୁକ୍ତ ହିମାଦ୍ରୀ ଶେଖର ଦାସ ଓରଫ ରହିମ ଖାନ ଓ ତା ସ୍ତ୍ରୀ ଆୟେଶା ବେଗମକୁ ଯାବଜ୍ଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ନିମାପଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ। ଗତ ୬ ତାରିଖରେ କୋର୍ଟ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଥିବା ବେଳେ ଆଜି ଦଣ୍ଡାଦେଶ ଘୋଷଣା କରିଛନ୍ତି ।

୨୦୧୫ ମସିହା ସେପ୍ଟେମ୍ବର ୨୧ତାରିଖରେ ଅସ୍ତରଙ୍ଗ ଦିନାଡ଼ିଆର ଅବସରପ୍ରାପ୍ତ ଡିଆଇ ଦୀନବନ୍ଧୁ ମଲ୍ଲିକ, ତାଙ୍କ ପତ୍ନୀ ନିର୍ମଳା ଓ ୨ ଝିଅଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାପାଇଁ ଷଡ଼ଯନ୍ତ୍ର କରିଥିଲେ ଦୀନବନ୍ଧୁଙ୍କ ସଢୁ ଫକିର ମୋହନ ମଲ୍ଲିକ । ହିମାଦ୍ରୀ ଓ ଆୟେଶାଙ୍କ ସହଯୋଗରେ ସେ ହତ୍ୟାକାଣ୍ଡ ଘଟାଇଥିଲେ। ୨୦୧୫ ମସିହା ଅକ୍ଟୋବରରେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା। ହିମାଦ୍ରୀ ଓ ଆୟେଶାଙ୍କୁ ଆସାମରୁ ଗିରଫ କରିଥିଲା ପୋଲିସ। ଜେରା ବେଳେ ସେମାନେ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ସେମାନଙ୍କ ଠାରୁ ସୁନା ଅଳଙ୍କାର, ଟଙ୍କା ଓ ଏକ ମୋଟର ସାଇକେଲ ଜବତ କରାଯାଇଥିଲା। ତିନି ଅଭିଯୁକ୍ତଙ୍କ ବିରୋଧରେ ୨୦୧୬ ମସିହା ଫେବ୍ରୁଆରିରେ ଚାର୍ଜସିଟ ଦାଖଲ କରାଯାଇଥିଲା।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.