ଝାରସୁଗୁଡ଼ାରେ ହୋଇପାରେ ଦୀପାଳି ବନାମ ଟଙ୍କଧର ଲଢ଼େଇ, ନୂଆ ଓ ଯୁବ ଚେହେରା ଉପନର୍ବାଚନ ମୈଦାନାକୁ ଓହ୍ଲାଇବା ପାଇଁ ତୟାର

ଗତ କିଛି ଦିନ ହେବ ଝାରସୁଗୁଡ଼ାରେ ଗାଁ ଗାଁ ବୁଲୁଛନ୍ତି ଦୀପାଳି ଦାସ । ଜନସମର୍ଥନ ଜୁଟାଇବାରେ ଲାଗିଛନ୍ତି । ସୁଖ ଦୁଃଖରେ ଭାଗୀ ହେଉଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ଏବେ ଦୀପାଲିଙ୍କୁ ଦେଖିବାକୁ ମିଳୁଛି । ଗାଁରେ କୀର୍ତ୍ତନ ହେଉ କି ଉତ୍ସବ, ଯୋଗ ଦେଉଛନ୍ତି ଦୀପାଳି ।

ଝାରସୁଗୁଡ଼ା(କେନ୍ୟୁଜ୍):ଝାରସୁଗୁଡ଼ାରେ ଦେଖିବାକୁ ମିଳିପାରେ ଦୀପାଳି ବନାମ ଟଙ୍କଧର ଲଢ଼େଇ । ନୂଆ ଓ ଯୁବ ଚେହେରା ଉପନର୍ବାଚନ ମୈଦାନାକୁ ଓହ୍ଲାଇବା ପାଇଁ ତୟାର ହୋଇଛନ୍ତି । ଗତ କିଛି ଦିନ ହେବ ଝାରସୁଗୁଡ଼ାରେ ଗାଁ ଗାଁ ବୁଲୁଛନ୍ତି ଦୀପାଳି ଦାସ । ଜନସମର୍ଥନ ଜୁଟାଇବାରେ ଲାଗିଛନ୍ତି । ସୁଖ ଦୁଃଖରେ ଭାଗୀ ହେଉଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ଏବେ ଦୀପାଲିଙ୍କୁ ଦେଖିବାକୁ ମିଳୁଛି । ଗାଁରେ କୀର୍ତ୍ତନ ହେଉ କି ଉତ୍ସବ, ଯୋଗ ଦେଉଛନ୍ତି ଦୀପାଳି । ଦୀପାଳି ପ୍ରତିଶ୍ରୁତି ଦେଉଛନ୍ତି, ବାପା କହିଯାଇଥିବା ପ୍ରତିଟି କଥା ଆଉ ଦେଖିଯାଇଥିବା ସ୍ୱପ୍ନକୁ ନିଶ୍ଚିତ ପୂରଣ କରିବେ । ସେହିପରି ବିଜେପିର ଟଙ୍କଧର ତ୍ରିପାଠୀ, ନିର୍ବାଚନ ମଣ୍ଡଳୀରେ ସକ୍ରିୟ ଅଛନ୍ତି । ନାମଯଜ୍ଞ ହେଉ କି ଅନ୍ୟ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଏଥିସହ ଲୋକଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି ଟଙ୍କଧର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.