‘ମୋ ଘର ରାହୁଲ ଗାନ୍ଧୀଙ୍କ ଘର’ ନାମରେ ପୋଷ୍ଟର ଲଗାଇ ଲୋକେ ଉଠାଉଛନ୍ତି ଫଟୋ, ଟ୍ଵିଟରରେ ଟ୍ରେଣ୍ଡ୍‌ କରୁଛି କ୍ୟାମ୍ପେନ୍‌

ବର୍ତ୍ତମାନ କଂଗ୍ରେସ ସାରା ଦେଶରେ ‘ମେରା ଘର ରାହୁଲ ଗାନ୍ଧୀ କା ଘର’ ନାମରେ ଅଭିଯାନ ଚଳାଇଛି। କଂଗ୍ରେସକୁ ସପୋର୍ଟ କରୁଥିବା କିଛି ଲୋକ ମଧ୍ୟ ଏଥିରେ ସାମିଲ ହୋଇ ନିଜ ନିଜ ଘର ସାମ୍ନାରେ ଏହି ପ୍ରକାରର ପୋଷ୍ଟର ଲଗାଉଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ସଂସଦ ସଭ୍ୟପଦ ଯିବା ପରେ ସାରା ଦେଶର କଂଗ୍ରେସ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି। ଏବେ କେନ୍ଦ୍ର ସରକାର ତୁରନ୍ତ ତାଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାହୁଲ ଗାନ୍ଧୀ ନିଜେ ଏକ ଚିଠି ଲେଖି କହିଛନ୍ତି ଯେ ସେ ନିୟମ ଅନୁଯାୟୀ ଘର ଖାଲି କରିବେ। ତେବେ ଏଭଳି ସ୍ଥିତିରେ ସାରା ଦେଶରେ ବର୍ତ୍ତମାନ କଂଗ୍ରେସ ‘ମେରା ଘର ରାହୁଲ ଗାନ୍ଧୀ କା ଘର’ ନାମରେ ଅଭିଯାନ ଚଳାଇଛି, ଯାହାକୁ କିଛି ଲୋକ ମଧ୍ୟ ସପୋର୍ଟ କରୁଥିବା ଦେଖାଯାଇଛି।

ପ୍ରକୃତରେ, ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଯିବା ପରେ ତାଙ୍କୁ ଏପ୍ରିଲ ୨୨ ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ ଦିଆଯାଇଛି। ଏହି ନୋଟିସ୍‌କୁ ନେଇ କଂଗ୍ରେସ ନେତାମାନଙ୍କ କହିବା ହେଲା, ଯେତେବେଳେ ରାହୁଲ ଗାନ୍ଧୀଙ୍କୁ z plus ସୁରକ୍ଷା ମିଳିଛି, ତ ହଠାତ୍‌ କାହିଁକି ବଙ୍ଗଳା ଖାଲି କରିବାକୁ କୁହାଯାଉଛି।

କଂଗ୍ରେସ ନେତା ଅଜୟ ରାୟ ବାରାଣସୀରେ ନିଜର ପୈତୃକ ଆବାସ ରାହୁଲ ଗାନ୍ଧୀଙ୍କୁ ସମର୍ପଣ କରି ତାଙ୍କୁ ନିଜ ଘରକୁ ସ୍ୱାଗତ କରିଛନ୍ତି। ଏଥି ସହିତ ଘର ବାହାରେ ‘ମୋ ଘର ରାହୁଲ ଗାନ୍ଧୀଙ୍କ ଘର’ ନାମରେ ପୋଷ୍ଟର ବି ଲଗାଇଛନ୍ତି।

ତାଙ୍କୁ ଦେଖି ଏବେ କଂଗ୍ରେସକୁ ସପୋର୍ଟ କରୁଥିବା କିଛି ଲୋକ ଏବେ ନିଜ ନିଜ ଘର ସାମ୍ନାରେ ଏହି ପ୍ରକାରର ପୋଷ୍ଟର ଲଗାଉଥିବା ଦେଖିବାକୁ ମିଳିଛି। ପୋଷ୍ଟରଗୁଡ଼ିକରେ ଲେଖା ହୋଇଛି, ‘ମେରା ଘର ରାହୁଲ ଗାନ୍ଧୀ କା ଘର’। ଏମିତି କରି ଲୋକେ ରାହୁଲଙ୍କୁ ସମର୍ଥନ ଜଣାଉଛନ୍ତି।

କେବଳ ଏତିକି ନୁହେଁ, ଲୋକ ମାନେ ପୋଷ୍ଟର ସହିତ ନିଜର ଫଟୋ ମଧ୍ୟ ଉଠାଉଛନ୍ତି ଏବଂ ତାହାକୁ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। କହି ରଖୁଛୁ, ରାହୁଲ ଗାନ୍ଧୀଙ୍କ ଯେଉଁ ବଙ୍ଗଳାକୁ ଖାଲି କରିବାକୁ ନୋଟିସ୍‌ ଜାରି ହୋଇଛି, ସେଠାରେ ସୁରକ୍ଷା ପାଇଁ ପାଖାପାଖି ୫୮ କମାଣ୍ଡୋ ମୁତୟନ ରୁହନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.