ଆଇଟିଆଇ ଛାତ୍ରୀ ନାଗେଶ୍ୱରୀ ଗଣ୍ଡଙ୍କ ମୃତ୍ୟୁ ଘଟଣାର ତଦନ୍ତ ଓ ପରିବାରକୁ ସହାୟତା ନେଇ ଜିଲ୍ଲା କଂଗ୍ରେସର ବିକ୍ଷୋଭ

ନବରଙ୍ଗପୁର ଜିଲ୍ଲା ଉମରକୋଟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ଅଧ୍ୟୟନରତ ଦ୍ୱିତୀୟ ବର୍ଷର ଛାତ୍ରୀ ନାଗେଶ୍ୱରୀ ଗଣ୍ଡଙ୍କ ମୃତ୍ୟୁ ଘଟଣାକୁ ଦଶଦିନ ବିତି ଯାଇଛି । ଉମରକୋଟ ପୋଲିସ ଏହାକୁ ଏକ ଅପମୃତ୍ୟୁ ମାମଲା ଦର୍ଶାଇ ଗୋଟିଏ ପ୍ରକାର ତଦନ୍ତ ସାରି ଦେଇଛି । କିନ୍ତୁ ପୋଲିସର ତଦନ୍ତରେ ସନ୍ତୋଷ ପ୍ରକାଶ କରି ପାରୁନି ଜିଲ୍ଲା କଂଗ୍ରେସ । ଛାତ୍ରୀଙ୍କ ଶବ ବ୍ଯବଛେଦ ରିପୋର୍ଟକୁ ପରିବାରକୁ ଦିଆଯାଉ ଏବଂ ମୃତ୍ୟୁର କାରଣ ବାହାର କରିବାକୁ ତଦନ୍ତକୁ ଅଧିକ ତ୍ବରାନ୍ଵିତ କରାଯାଉ ବୋଲି ଦାବି କରିଛି ଜିଲ୍ଲା କଂଗ୍ରେସ ।

ଉମରକୋଟ(କେନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ଉମରକୋଟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ଅଧ୍ୟୟନରତ ଦ୍ୱିତୀୟ ବର୍ଷର ଛାତ୍ରୀ ନାଗେଶ୍ୱରୀ ଗଣ୍ଡଙ୍କ ମୃତ୍ୟୁ ଘଟଣାକୁ ଦଶଦିନ ବିତି ଯାଇଛି । ଉମରକୋଟ ପୋଲିସ ଏହାକୁ ଏକ ଅପମୃତ୍ୟୁ ମାମଲା ଦର୍ଶାଇ ଗୋଟିଏ ପ୍ରକାର ତଦନ୍ତ ସାରି ଦେଇଛି । କିନ୍ତୁ ପୋଲିସର ତଦନ୍ତରେ ସନ୍ତୋଷ ପ୍ରକାଶ କରି ପାରୁନି ଜିଲ୍ଲା କଂଗ୍ରେସ । ଛାତ୍ରୀଙ୍କ ଶବ ବ୍ଯବଛେଦ ରିପୋର୍ଟକୁ ପରିବାରକୁ ଦିଆଯାଉ ଏବଂ ମୃତ୍ୟୁର କାରଣ ବାହାର କରିବାକୁ ତଦନ୍ତକୁ ଅଧିକ ତ୍ବରାନ୍ଵିତ କରାଯାଉ ବୋଲି ଦାବି କରିଛି ଜିଲ୍ଲା କଂଗ୍ରେସ ।

ଏହାକୁ ବିରୋଧ କରି ଛାତ୍ର କଂଗ୍ରେସ ସଭାପତି ପବିତ୍ର ଗରଡାଙ୍କ ନେତୃତ୍ୱରେ ଉମରକୋଟ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରା ବାହାରି ତହସିଲ ଅଫିସରେ ପହଞ୍ଚିଥିଲେ ଏବଂ ସ୍ଥାନୀୟ ତହସିଲଦାର ତୁଳା ମୁଦୁଲିଙ୍କ ଜରିଆରେ ମାନ୍ଯବର ମୁଖ୍ଯମନ୍ତ୍ରୀଙ୍କ ଉଦ୍ଧେଶ୍ଯରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଅଧକ୍ଷଙ୍କ ଜରିଆରେ ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଛି । ଉକ୍ତ ଦାବିପତ୍ରରେ ମୃତ ନଗେଶ୍ୱରୀଙ୍କ ପରିବାରକୁ ସରକାରୀ ସହାୟତା ଦିଆଯାଉ ଓ ହଷ୍ଟେଲ ମେଟ୍ରୋନ ଓ ସୁପରିଟେଣ୍ଡେଣ୍ଟ ଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ, ସିସି କେମେରାକୁ ଅନୁଧ୍ୟାନ କରାଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ନେତା ସନରାଜ ଗଣ୍ଡ ।

ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ନଗେଶ୍ୱରୀ ଗଣ୍ଡ ଙ୍କୁ ରେଗିଙ୍ଗ କରାଯାଉଥିବା କଥା ଦାବିପତ୍ର ରେ ଉଲ୍ଲେଖ କରାଯାଇଛି। ଜିଲାର ସମସ୍ତ ଅନୁଷ୍ଠାନ ଗୁଡିକରେ ରେଗିଙ୍ଗ ବନ୍ଦ କରାଯାଉ ଓ ଦୃଢ କାର୍ଯ୍ଯନୁଷ୍ଠାନ ଗ୍ରହଣପାଇଁ ଦାବି କରିଛନ୍ତି ଡାବୁଗାଁ ର ପୂର୍ବତନ କଂଗ୍ରେସ ବିଧାୟକ ଭୁଜବଳ ମାଝୀ । ଦଶଦିନ ସମୟ ଭିତରେ ଦାବିପୂରଣ ନହେଲେ ଜିଲା ବ୍ଯାପି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଛାତ୍ର କଂଗ୍ରେସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.